ଭୁବନେଶ୍ୱର : ଶୂନ୍ୟରୁ ଖସିଲେ ସୁଶାନ୍ତ କୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି ବିଧାୟକ ସୁଶାନ୍ତ ରାଉତ। ଦିନରାତି ଏକକରି ଲାଗିଛନ୍ତି ଲୋକଙ୍କ ସେବାରେ। ଯିଏ ଯେତେବେଳେ ଆସୁ ସମସ୍ତଙ୍କ ପାଇଁ ଦରଜା ଖୋଲା। ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ ଉତ୍ତର ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ପାଇଁ ଅଣ୍ଟା ଭିଡିଛନ୍ତି।
ବାତ୍ୟା ଫଣିରେ କ୍ଷତି ଘଟିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଜି ବିଏମସି କମିଶନରଙ୍କ ସହ ଆଲୋଚନା କରିଛନ୍ତି। ବିଭିନ୍ନ ସ୍ଥାନରେ ଷ୍ଟ୍ରିକ୍ଟ ଲାଇଟ ଜଳୁ ନାହିଁ , ଡ୍ରେନ ସମସ୍ୟା ଓ ଅନନ୍ୟ ସମସ୍ୟା ଉପରେ ଆଲୋଚନା କରି ଏହାର ତୁରନ୍ତ ସମାଧାନ କରିବାକୁ କହିଛନ୍ତି। ଏଥିରେ ତାଙ୍କ ସହିତ ପୂର୍ବତନ କର୍ପୋରେଟର ମାନେ ଉପସ୍ଥିତ ଥିଲେ ।
ପ୍ରକାଶ ଥାଉକି ବିଧାୟକ ସୁଶାନ୍ତ ରାଉତ ନିର୍ବାଚିତ ହେବା ଦିନଠାରୁ ଉତ୍ତର ନିର୍ବାଚନ ମଣ୍ଡଳର ସମସ୍ତ କାର୍ଯ୍ୟ ଉପରେ ବିଶେଷ ଧ୍ୟାନ ଦେଉଥିବାରୁ ଲୋକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି।
( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )
