Odia News Portal

ସମଝୌତାକୁ ନାଁ

ଗତକାଲି ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କ ବନ୍ଦ କରିବା କରିବା ପରେ ଆଜି ପାକିସ୍ତାନ ସମଝୌତା ଏକ୍ସପ୍ରେସକୁ ବାତିଲ କରିଛି। ପାକିସ୍ତାନ ମିଡିଆ ତରଫରୁ ଏହି ସୂଚନା ମିଳିଛି।

ପାକିସ୍ତାନ ନିଜ ଟ୍ରେନ୍ ଡ୍ରାଇଭର ଏବଂ ଗାର୍ଡ଼କୁ ସମଝୌତା ଏକ୍ସପ୍ରେସ ସହ ପଠାଇବାକୁ ମନା କରିଛି। ଏହି ମାମଲାରେ ଅଟାରୀ ଆନ୍ତର୍ଜାତୀୟ ରେଲଓ୍ବେ ଷ୍ଟେସନର ସୁପରିଟେଣ୍ଡେଣ୍ଟଙ୍କ କହିବାନୁସାରେ ଆଜି ପାକିସ୍ତାନରୁ ସମଝୌତା ଏକ୍ସପ୍ରେସକୁ ଭାରତ ଯିବାର ଥିଲା କିନ୍ତୁ ଏହି ସମୟରେ ଯେ ଭାରତୀୟ ରେଳ ନିଜ ଡ୍ରାଇଭର ଏବଂ କ୍ରୃ ମେମ୍ବରକୁ ପଠାଇ ସମଝୌତା ଏକ୍ସପ୍ରେସକୁ ନେଇଯିବାକୁ ପାକିସ୍ତାନରୁ ଖବର ଆସିଥିଲା।

ଅନ୍ୟପଟେ ପାକ୍ ର ଏଭଳି କାର୍ୟ୍ୟାକଳାପ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ପାକିସ୍ତାନକୁ କଡ଼ା ସମାଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କହିଲେ, ଆମର ସବୁଠାରୁ ବଡ଼ ବିପଦ ଆମ ପଡ଼ୋଶୀ, ଏମିତି ପଡ଼ୋଶୀ କାହାକୁ ନମିଳୁ । ବନ୍ଧୁ ବଦଳାଇ ପାରିବେ କିନ୍ତୁ ପଡ଼ୋଶୀ ନୁହେଁ ବୋଲି କହି ପାକିସ୍ତାନ ଉପରେ ବର୍ଷିଲେ ରାଜନାଥ ।