Odia News Portal

ସାଂସଦଙ୍କ ଟିକଟକ ଭିଡିଓ ଭାଇରାଲ

କୋଲକତା() ଚର୍ଚ୍ଚାରେ ଅଭିନେତ୍ରୀ ତଥା ସାଂସଦ ନୁସରତ ଜହାଁ । କିଛି ଦିନ ତଳେ ନୁସରତ ହନିମୁନ ଫଟୋ ଶେୟାର କରିଥିବା ବେଳେ ଲୋକେ ବେଶ୍ ପସନ୍ଦ କରିଥିଲେ। ବର୍ତ୍ତମାନ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ସଲମାନ ଖାନଙ୍କ ଫିଲ୍ମ ‘ଦବଙ୍ଗ’ର ଏକ ଗୀତକୁ କପି କରୁଥିବା ଦେଖିବାକୁ ମିଳିଛି। ନୁସରତ ମେକଅପ୍ ରୁମ୍ରେ ବସିଥିବା ବେଳେ ମେକଅପ୍ ଆର୍ଟିଷ୍ଟ ତାଙ୍କର ମେକଅପ୍ କରୁଛନ୍ତି। ସେହି ସମୟରେ ନୁସରତ ଦବଙ୍ଗ ଫିଲ୍ମର ଦଗାବାଜଟ୍ଟଗୀତର ଟିକ୍ଟକ୍ରେ ଭିଡିଓଟି କରିଥିଲେ।

ଅଭିନେତ୍ରୀରୁ ଏମ୍ପି ହେବା ପରେ ଏବେ କୋଲକାତାର ବିଶିଷ୍ଟ ଶିଳ୍ପପତି ନିଖିଲ ଜୈନଙ୍କୁ ବିବାହ କରିବାରୁ ସେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।