ଭୁବନେଶ୍ବର : ଆଜି ସୈନିକସ୍କୁଲ ପଡିଆରେ ସର୍ବଭାରତୀୟ ଆନ୍ତଃ ସୈନିକସ୍କୁଲ ହକି ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥିଭାବେ କ୍ରୀଡା ବିଭାଗ ନିର୍ଦ୍ଦେଶକ ଆର. ଭିନିଲ୍ କ୍ରିଷ୍ଣା ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ ସୈନିକସ୍କୁଲ ପୂର୍ବଭାରତୀୟ ଜୋନରୁ ସୈନିକସ୍କୁଲ ଗୋଲପଡା, ପଶ୍ଚିମ ଜୋନରୁ ସୈନିକସ୍କୁଲ ସତାରା , ମଧ୍ୟଜୋନରୁ ସୈନିକସ୍କୁଲ ତିଲାଇୟା , ଉତର ଜୋନର ସୈନିକସ୍କୁଲ କପୁରତାଲା ଏବଂ ଦକ୍ଷିଣ ଜୋନର ସୈନିକସ୍କୁଲ ଅମରାବତୀ ନଗର ଯୋଗଦେଇଛନ୍ତି । ଏହି ପ୍ରତିଯୋଗିତା ୧୫ ତାରିଖରେ ପାଇନାଲ ମ୍ୟାଚ ଖେଳାଯିବ ।
ଏହି ପ୍ରତିଯୋଗିତାରେ ଯୋଗଦେଇଥିବା ଅତିଥିମାନଙ୍କୁ ସୈନିକସ୍କୁଲ ଭୁବନେଶ୍ୱର ଅଧ୍ୟକ୍ଷ ଗ୍ରୁପ୍ କ୍ୟାପ୍ଟେନ ଏସ୍ . ଡୋମିନିକ ରାୟନ ଭବ୍ୟସ୍ୱାଗତ କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ଉପାଧ୍ୟକ୍ଷ ଉଇଙ୍ଗ କମାଣ୍ଡର ଅମିତାଭ ରଂଜନ , ବରିଷ୍ଠ ଅଧ୍ୟାପକ ଶ୍ରୀ ବିଘ୍ନେଶ୍ୱର ପ୍ରଧାନ , ବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ୬୦୦ କ୍ୟାଡେଟ୍ ଉପସ୍ଥିତ ଥିଲେ । ବିଭିନ୍ନଜୋନରୁ ଆସିଥିବା ପ୍ରତିଯୋଗୀମାନଙ୍କ ଦ୍ୱାରା ଏକ ଚିତାକର୍ଷକ ମାର୍ଚ୍ଚପାଷ୍ଟ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ତାଙ୍କ ଭାଷଣରେ ସୈନିକସ୍କୁଲର ବିଭିନ୍ନ କ୍ଷେତ୍ରରେ ଅର୍ଜ୍ଜନ କରିଥିବା କୃତିତ୍ୱର ଭୂୟସୀ ପ୍ରଶଂସା କରିଥିଲେ । ରାଜ୍ୟ କ୍ରୀଡା
ବିଭାଗ ତରଫରୁ ସୈନିକସ୍କୁଲ ଭୁବନେଶ୍ୱରକୁ ସବୁପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ ।
( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )
