ଭୁବନେଶ୍ୱର : ଆନ୍ତର୍ଜାତକି ଯବୁ ଦିବସ ଅବସରରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ କନ୍ଧମାଳ ଫୁଲବାଣୀ
ଟାଉନ ହଲ୍ଠାରେ ‘ଆମ କନ୍ଧମାଳ’ ଅଭିଯାନର ଶୁଭାରମ୍ଭ କରିଛନ୍ତି । ପ୍ରବଳ ବର୍ଷା ସତ୍ତେ୍ୱ ଏହି କାର୍ଯ୍ୟକ୍ରମରେ
କନ୍ଧମାଳର ହଜାର ହଜାର ଯବୁ କ ଯୁବତୀ ସାମିଲ୍ ହୋଇଥିଲେ । ଏହି ଅବସରରେ ଶ୍ରୀ ସାମନ୍ତ ସେମାନଙ୍କୁ ସମ୍ବୋଧିତ କରି କହିଲେ, ଭାରତ ଏକ ଯୁବ ବହୁଳ ରାଷ୍ଟ୍ରହେଇଥିବାବେଳେ । ଏଠାରେ ଯବୁ ଗୋଷ୍ଠୀଙ୍କ ପାଇଁ ବ୍ୟାପକ ସୁଯୋଗ ରହିଛ । ଯବୁ ଗୋଷ୍ଠୀ ସେମାନଙ୍କ ଅନ୍ତର୍ନହି ତ ଦକ୍ଷତାର ସଦୁପଯୋଗ କରିପାରିଲେ ଏହାର ସୁଫଳ ପାରିବା ସହ ଦେଶର ମଧ୍ୟ ବିକାଶ ହୋଇପାରିବ । ଯବୁ ଶକ୍ତି ଯଦିକୌଣସି ଉଦ୍ୟମ ନକରେ ତାହେଲେ ଏହାସେମାନଙ୍କ ପାଇଁ ଓ ଦେଶ ପାଇଁ ବିପଦ ଆଣିଦେବ । ଯବୁ ଗୋଷ୍ଠୀଙ୍କୁ ଆତ୍ମ
ନଭି ର୍ରଶୀଳ ହେବା ସହ ଅନ୍ୟମାନଙ୍କୁ ସଶକ୍ତ କରିବାରେ ସହାୟକ ହେବା ପାଇଁ ସେ ଉତ୍ସାହିତ କରିଥିଲେ । ନିଜ ଜୀବନର ଉଦାହରଣ ଦେଇ ଶ୍ରୀ ସାମନ୍ତ କହିଲେ, ତୁମେମାନେ ଯଦି ତୁମର କର୍ତ୍ତବ୍ୟ କ୍ଷେତ୍ରରେ ସାଧୁତାର ନରି ନ୍ତର ଉଦ୍ୟମ ଜାରି ରଖିବ, ତେବେ ଜୀବନରେ ସଫଳ ହୋଇପାରିବ । ଏହା ବ୍ୟତୀତ ପିତାମାତାଙ୍କ ଭୂମିକା ଏବଂ ପରିବାରର ବୟସ୍କମାନଙ୍କ ଯତ୍ନନେବାରେ ପିଲାମାନଙ୍କ କର୍ତ୍ତବ୍ୟ ଉପରେ ଶ୍ରୀ ସାମନ୍ତ ଗୁରୁତ୍ବ ରୋପ କରିଥିଲେ।
ସମାଜ ସେବା କ୍ଷେତ୍ରରେ ଯବୁକ ମାନଙ୍କ ଅଦମ୍ୟ କ୍ଷମତା ରହଛି । ଏବଂ ଯୁବକମାନେ ସେମାନେ ନିଜ ଅଞ୍ଚଳର ଵିକାଶ ନିମନ୍ତେ କିଛି ସମୟ ଉପଯୋଗ କରିବାକୁ ଶ୍ରୀ ସାମନ୍ତ ଯୁବକମାନଙ୍କୁ ପରାମର୍ଶ ଦେଇଥିଲେ । କନ୍ଧମାଳ ଜିଲା୍ଲର ଯୁବକଯୁବତୀଙ୍କୁ ସାମଗ୍ରୀକ ଭାବେ ସଶକ୍ତ କରିବା ପାଇଁ ସେ ‘ଆମ କନ୍ଧମାଳ’ ଅଭିଯାନର ଶୁଭାରମ୍ଭ କରିଥିଲେ। ସେପ୍ଟେମ୍ବର ମାସରେ ସ୍ଥାନୀୟ ଯବୁକଯୁବତୀମାନଙ୍କ ରୋଜଗାର ନିମନ୍ତେ କନ୍ଧମାଳରେ ବ୍ୟାପକ ନିଯୁକ୍ତି ମେଳା ଅନୁଷ୍ଠିତ ହେବା ସହ କନ୍ଧମାଳର ଯୁବକଯୁବତୀଙ୍କ ପାଇଁ ବିଭିନ୍ନ ପ୍ରକାର ଦକ୍ଷତା ବିକାଶ ତାଲିମ ପ୍ରଦାନକରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ । କାର୍ଯ୍ୟକ୍ରମରେ କନ୍ଧମାଳର ସମସ୍ତ ଯବୁ କଯୁବତୀ ସାଂସଦ ଶ୍ରୀ ସାମନ୍ତଙ୍କ ସହିତ ରହିବାକୁ ଶପଥ ଗ୍ରହଣ କରିବା ସହ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମରେ ଆଶଗ୍ରହନ କରି କନ୍ଧମାଳର ବିକାଶରେ ଯୋଗଦାନ କରିବାକୁ ଶପଥ ନେଇଥିଲେ ।
( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )
