କନ୍ଧମାଳ : ବାଲିଗୁଡା ଏନଏସିରେ ବର୍ଷାର ବିଭୀଷିକା । ଲଗାଣ ବର୍ଷାରେ ବାଲିଗୁଡାର ସ୍ଥିତି ବେହାଲ ହୋଇ ପଡିଛି । ଜାତୀୟ ରାଜପଥ ୫୯ ଉପରେ ଦୁଇ ଫୁଟର ପାଣି ଚାଲିଛି । ଛଅ ନମ୍ବର ୱାଡର ବହୁ ଲୋକଙ୍କ ଘରେ ପାଣି ପସିଯାଇଛି ।
ଲୋକଙ୍କ ଘରଦ୍ବାର ମଧ୍ୟ ଭାଙ୍ଗିଯାଇଛି। ଫଳରେ ଲୋକେ ଦୁର୍ଦ୍ଦଶା ଭୋଗୁଥିବା ବେଳେ ଲୋକଙ୍କ ପାଖକୁ ଏଯାଏଁ ପ୍ରଶାସନିକ ଅଧିକାରୀ ପହଞ୍ଚିନଥିବା କହିଛନ୍ତି ଗ୍ରାମବାସୀ । ବର୍ତ୍ତମାନ ମଧ୍ୟ ବର୍ଷା ଲାଗି ରହିଥିବାରୁ ଆଗକୁ ସ୍ଥିତି ସଙ୍ଗୀନ ହେବା ଆଶଙ୍କା କରାଯାଉଛି ।
