Odia News Portal

ଗୁଗୁଲ କୁଇନ ସନ୍ନି

ଗୁଗୁଲ କୁଇନ ସନ୍ନି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଛରେ ପକାଇଦେଇଛନ୍ତି ଅଭିନେତ୍ରୀ ସନ୍ନି ଲିଓନ। ୦୧୯ ମସିହା ଅଗଷ୍ଟ ମାସ ପର୍ୟ୍ୟନ୍ତ ଗୁଗଲ ସର୍ଚରେ ଆଗ ଧାଡ଼ିରେ ସନ୍ନି ରହିଛନ୍ତି।ଗୁଗଲ ସର୍ଚ ସର୍ଭେନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶାହରୁକ୍ ଖାନ ଓ ସଲମନ ଖାନଙ୍କୁ ମାତ୍ ଦେଇ ଆଗରେ ସନ୍ନି ଲିୟୋନୀଙ୍କ ନାଁ ରହିଛି।

ଗୁଗୁଲ ଆନାଲିଟିକାଲ୍ ସର୍ଭେ ଅନୁଯାୟୀ, ଭିଡିଓ ଏବଂ ବାୟୋପିକ୍ ସିରିଜ୍ ପାଇଁ ସନ୍ନିଙ୍କୁ ଅଧିକ ଲୋକ ସର୍ଚ୍ଚ କରୁଛନ୍ତି। ପୂର୍ବୋତ୍ତର ରାଜ୍ୟ ଆସାମ ଏବଂ ମଣିପୁରରେ ବେଶୀ ତାଙ୍କୁ ସର୍ଚ୍ଚ କରୁଥିବା ଜଣାପଡିଛି। ଏହି ଖବର ଜାଣିବା ପରେ ସନ୍ନି କହିଛନ୍ତି, ଏହାର ସମସ୍ତ ଶ୍ରେୟ ମୁଁ ମୋ ଫ୍ୟାନ୍ମାନଙ୍କୁ ଦେବାକୁ ଚାହୁଁଛି। ମୋ ସୁଖ ଦୁଃଖରେ ସେମାନେ ହିଁ ମୋ ଛିଡା ହୋଇଛନ୍ତି। ଗତବର୍ଷ ବି ସନ୍ନି ଏହି ସୂଚୀର ଆଗରେ ଥିଲେ।