Odia News Portal

ପରଦାକୁ ଆସିବ ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ()  କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପଛର ପୂରା ଘଟଣାକୁ ସିନେମା ମାଧ୍ୟମରେ ଦେଖିବାକୁ ପାଇବେ ଦର୍ଶକ । ଆସନ୍ତା ୨୦୨୦ ଅଗଷ୍ଟ ୧୫  ସ୍ୱାଧୀନତା ଦିବସ ଅବସରରେ ପରଦାକୁ ଆସିବ ଏହି ଚଳଚ୍ଚିତ୍ର। ଏନେଇ ଟୁଇଟ୍ କରି କରିଛନ୍ତି ବଲିଉଡ଼ର ଜଣାଶୁଣା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ସେ ଟୁଇଟରେ ଫିଲ୍ମର ନାମ ‘ଦ କଶ୍ମୀର ଫାଇଲ୍ସ’ ରଖାଯିବା ପ୍ରକାଶ କରିଛନ୍ତି।

‘ଦ କଶ୍ମୀର ଫାଇଲ୍ସ’ ସିନେମାରେ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପୂର୍ବ ଓ ପରର ପୂରା ଘଟଣାକ୍ରମ ଉପସ୍ଥାପିତ କରାଯିବ । କିଭଳି ଧାରା ୩୭୦ ଅଧିନରେ ଦୀର୍ଘ ୭୦ ବର୍ଷ ଧରି କଶ୍ମୀରବାସୀ କଲବଲ ହେଉଥିଲେ, ତାହାର କାଳ୍ପନିକ ଦୃଶ୍ୟ ସିଲଭର ସ୍କ୍ରିନରେ ଦେଖିବାକୁ ପାଇବେ ଦର୍ଶକ ।