ଭୁବନେଶ୍ୱର : ରାଜ୍ୟ ବିଜେପିର କର୍ମୀମାନେ ଏବେ କେଉଁ ଦିଗରେ ଗତି କରିବେ ତାହା ଜାଣିପାରୁ ନାହାନ୍ତି । ର୍ନିବାଚନ
ପୂର୍ବରୁ ବିଜେପି-ବିଜେଡି ଅହି-ନକୁଳ ଅବତାରରେ ଥିବାବେଳେ ଏହାପରେ ପରିସ୍ଥିତି ସମ୍ପୂର୍ଣ ବଦଳି ଯାଇଥିଲା । ବିଶେଷକରି ତିନି ତଲାକ, ଆରଟିଆଇ ଓ ଧାରା ୩୭୦ ଉଚ୍ଛେଦର ବିଜେଡିର ହାତଖୋଲା ସମର୍ଥନ ବିଜେପି ସହିତ ତାହାର ସମ୍ପର୍କକୁ ନୂଆ ରୂପ ଦେଇଥିଲା ।
ହେଲେ ଗତ ସପ୍ତାହରେ ଦଳର ବରିଷ୍ଠ ନେତା ଶିବରାଜ ସିଂହ ଚୌହାନ ଓଡିଶା ଆସି ବିଜେଡି ବିରୁଦ୍ଧରେ କଡା ଶବ୍ଦ ବ୍ୟହାର କରିବା ଦଳୀୟ କର୍ମୀଙ୍କୁ ଅଡୁଆରେ ପକାଇ ଦେଇଛି । ଏପରିକି ଦଳୀୟ ମୁଖପାତ୍ରମାନେ ବି ଦ୍ୱନ୍ଦରେ ପଡିଛନ୍ତି । ରାଜ୍ୟରେ ବିଜେପି-ବିଜେଡିର ସମ୍ପର୍କର ନୂଆ ଧାରା ସୃଷ୍ଟି ହେଉଥିବାବେଳେ ଏବେ ପୁଣିଥରେ ଏହାକୁ ବିଗାଡିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମବୀ ତଥା ଦଳର ବରିଷ୍ଠ ନେତା ଶିବରାଜ ସିଂହ ଚୌହାନ । ଶ୍ରୀ ଚୌହାନ ଓଡିଶା ଗସ୍ତରେ ଆସିଥିବାବେଳେ ହଠାତ୍ କାହିଁକି ସିଧାସଳଖ ମୁଖ୍ୟମବୀଙ୍କୁ ଆକ୍ରମଣ କଲେ ତାହାକୁ ନେଇ ଏବେ ଉଭୟ ଦଳରେ ତର୍ଜମା ଆରମ୍ଭ ହୋଇଯାଇଛି । ଏହା ବିଜେପିର ସୁଚିନ୍ତିତ ରଣନୀତି ନା ଶିବରାଜଙ୍କ ନିଜସ୍ୱ ମତ ବୋଲି ବିଜେଡି ଜାଣିବାକୁ ଉଦ୍ୟମ ଚଳାଇଛି ।
ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶିବରାଜଙ୍କ ଏଭଳି ଆଚରଣ କେନ୍ଦ୍ରୀୟ ବିଜେପି ନେତାଙ୍କୁ
କ୍ଷୁ୨ କରିଛି । କାରଣ ତିନି ତଲାକ ଓ ସୂଚନା ଅଧିକାର ବିଲ୍ ପ୍ରସଙ୍ଗରେ ବିଜେଡି ଯେଭଳି ବିଜେପିକୁ ରାଜ୍ୟସଭାରେ
ବଞ୍ଚାଇଦେଲା ତାହାକୁ ଏତେଶୀଘ୍ର ଦଳ ଭୁଲିଯିବା ଉଚିତ୍ ନୁହଁବୋଲି ବିଜେପିର ଜାତୀୟ ସ୍ତରର ନେତାମାନେ ବିଚାରୁଛନ୍ତି। ସେହି ଆଧାରରେ ଦୁଇ ଓଡିଆ କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ନବୀନ କିମ୍ବା ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସେଭଳି କୌଣସି ମତ ଦେଉନଥିବାବେଳେ ବିଜେଡି ସହଯୋଗରେ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ଲାଗି ବିଜେପି ସାଂସଦମାନେ ଉଦ୍ୟମ ଆରମ୍ଭ କରିଛନ୍ତି ।
ହେଲେ ଏଭଳି ସ୍ଥିତିରେ ଏକ ପ୍ରକାର ଫସି ଯାଇଛନ୍ତି ବିଜେପିର କର୍ମୀମାନେ । ମୁଣ୍ଡ ଉପରେ ପୌର ନିର୍ବାଚନ ଆସୁଥିବାବେଳେ ସେମାନେ ଏକ ରକମ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପୌର ନିର୍ବାଚନ ଶୀଘ୍ର କରିବାପାଇଁ ବିଭିନ୍ନ ଫୋରମରେ ବିଜେଡି ଉପରେ ଚାପ ପକାଉଛନ୍ତି । କିନ୍ତୁ ସେମାନେ ହାତେ ମାପି ଚାଖଣ୍ଡେ ଚାଲୁଥିବାବେଳେ ଶିବରାଜଙ୍କ ମନ୍ତବ୍ୟକୁ ନେଇ ଅଡୁଆରେ ପଡିଛନ୍ତି । ଯଦି ଏହା ଜାତୀୟ ନେତୃବୃନ୍ଦଙ୍କ ଇସାରେ ହେଉଥିବ ତେବେ ସେମାନେ ସରକାର ବିରୁଦ୍ଧରେ ବୟାନବାଜି ଆରମ୍ଭ କରିଦେବେ । ହେଲେ ଏହା ସ୍ପଷ୍ଟ ହୋଇପାରୁନାହିଁ । ସେହିଭଳି ଦଳର ମୁଖପାତ୍ରମାନେ ବି ବିଭିନ୍ନ ପ୍ରସଙ୍ଗରେ ଏବେ ବିଜେଡି ବିରୁଦ୍ଧରେ କହିବେ କି ନାହିଁ ତାହା ଶହେଥର ଚିନ୍ତା କରୁଛନ୍ତି । କାରଣ ଜାତୀୟ ନେତାମାନଙ୍କ ମତିଗତିକୁ ସେମାନେ ସହଜରେ ଠଉରେଇ ପାରୁନାହାନ୍ତି । ତେବେ ବିଜେପିର କର୍ମୀ ଓ ମୁଖପାତ୍ରମାନଙ୍କ ଏଭଳି ଦ୍ୱନ୍ଦ କିନ୍ତୁ ବିଜେଡିକୁ ବେଶ୍ ସୁହାଇଛି ।
( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )
