କିଛି ଲୋକ ଚା ଓ କଫିରୁ ହିଁ ନିଜ ଦିନର ଆରମ୍ଭ କରିଥାନ୍ତି । କାହାକୁ ଚା ଅଧିକ ଭଲ ଲାଗେ ତ ଆଉ କାହାକୁ କଫି । ଏହି ଦୁଇଟି ମଧ୍ୟରୁ ଆମ ଶରୀର ପାଇଁ କେଉଁଟି ଅଧିକ ଲାଭଦାୟକ । ଆପଣ ମଧ୍ୟ ଜାଣିବାକୁ ଚାହୁଁଥିବେ ଏହି ଦୁଇଟି ମଧ୍ୟରୁ କେଉଁଟି ଆପଣଙ୍କୁ ତାଜା କରି ରଖିଥାଏ । ଆମ ଶରୀରକୁ ଦିନସାରା ତାଜା ଓ ଏନର୍ଜେଟିକ ରଖିବା ପାଇଁ କେଫେନ ଆମ ପାଇଁ ଜରୁରୀ ।
କେଫେନ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ହାନୀକାରକ ନୁହେଁ , ଅଧିକ ମାତ୍ରାରେ ଏହା ସେବନ କରିଲେ ଶରୀରକୁ କ୍ଷତି ହୋଇଥାଏ । ରିସର୍ଚ୍ଚ ଅନୁସାରେ କଫି ତୁଳନାରେ ଚାପତିରେ ଅନେକ କେଫେନ ଥାଏ କିନ୍ତୁ ଚା ବନାଇବା ଦ୍ୱାରା କେଫେନ ପରିମାଣ କମିଯାଏ ।ଏହି କାରଣରୁ କଫିଠାରୁ ଚା ଶରୀର ପାଇଁ ଅଧିକ ଲାଭଦାୟକ । ଆମେ ଏହି ଦୁଇଟିର ତୁଳନା ଆଣ୍ଟିଅକ୍ସଡ଼େଣ୍ଟଓ ଆଧାର କରି କରିବା ଫଳରେ ମଧ୍ୟ ଚା ପିଇବା ଦ୍ୱାରା ଅଧିକ ଭଲ ହୋଇଥାଏ । ସବୁଠାରୁ ଅଧିିକ ଆଣ୍ଟିଅକ୍ସିଡ଼େଣ୍ଟ ଓ ଗ୍ରୀନ ଟି ରେ ମିଳିଥାଏ । ଚା ତୁଳନାରେ କଫିରେ ବହୁତ କମ ପରିମାଣର ଆଣ୍ଟିଅକ୍ସିଡ଼େଣ୍ଟ ଥାଏ ।
