ମୁମ୍ବାଇ () ବଲିଉଡ ତାରକା ମାନଙ୍କ ବିବାହ ଏବଂ ବିଚ୍ଛେଦ ଅନେକ ସମୟରେ ଦେଖା ଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଅମୃତା ଏବଂ ସୈଫଙ୍କ ବିବାହ ବାଙ୍ଗିବାର କାରଣ ଜଣାଇବୁ ।
୧୯୯୧ରେ ବଲିଉଡ୍ ଅଭିନେତ୍ରୀ ଅମୃତା ସିଂହଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୦୪ରେ ଦୁଇଜଣଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଥିଲା। ଅମୃତା ସୈଫଙ୍କଠାରୁ ୧୨ବର୍ଷ ବଡ଼ ଥିଲେ। ପ୍ରେମ ଏବଂ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅମୃତା- ସୈଫ। କିନ୍ତୁ ସେମାନଙ୍କ ସମ୍ପର୍କ ବେଶୀଦିନ ତିଷ୍ଠି ପାରି ନ ଥିଲା।ଅମୃତା-ସୈଫ ବିଦେଶ ଗସ୍ତରେ ଯାଇଥିବାବେଳେ ଜଣେ ଇଟାଲିୟନ ମଡେଲ ରୋଜାଙ୍କ ପାଇଁ ବିଚ୍ଛେଦ ହୋଇଥିଲା। କାରଣ ରୋଜା ଅଧିକାଂଶ ସମୟ ମୁମ୍ବାଇରେ ସୈଫଙ୍କ ସହ ରହୁଥିଲେ। ଅମୃତା-ସୈଫଙ୍କ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଲା। ଏହାକୁ ସହି ପାରିଲେନି ଅମୃତା। ଯେଉଁଥିପାଇଁ ଛାଡ଼ପତ୍ର ନେବାକୁ ନିଷ୍ପତ୍ତି ନେଇଥିଲେ।
