Odia News Portal

ବର୍ଷାର ତାଣ୍ଡବ : କଲଭର୍ଟ ଭାଙ୍ଗି ଏକରଏକର ଚାଷ ଜମିରେ ମାଡି ଗଲା ବନ୍ୟା ପାଣି

ଜି.ଉଦୟଗିରି : ତୁମୁଡୀବନ୍ଧ ବ୍ଲକ କୁର୍ତ୍ତିମଗଡ଼ ଗ୍ରାମ ପଞ୍ଚାୟତର ସ୍ଲିକି ଠାରେ ଲଗାନ ବର୍ଷା ହେବା ଦ୍ୱାରା କଲଭର୍ଟ ଭାଙ୍ଗି ଯାଇ ଥିବା ଦେଖା ଦେଇଛି । ଯାହା ଦ୍ୱାର କୁର୍ତ୍ତିମଗଡ଼ ମୁଖ୍ୟ ରାସ୍ତା ଠାରୁ ସିରଲା ଏବଂ ପାରିଗଡ଼ ଗ୍ରାମ ପଞ୍ଚାୟତକୁ ଯାତାୟାତରେ ବାଧା ସୃଷ୍ଟି ହୋଇ ଥିବା ଅଞ୍ଚଳ ବାସୀ କରି ଛନ୍ତି । କଲଭର୍ଟ ଭାଙ୍ଗିବା ପରେ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଭାବେ ବାଲି ବସ୍ତା ପକାଇ ଯାତାୟାତ ପାଇଁ ରାସ୍ତା କରାଯାଇ ଥିଲା ।

କିନ୍ତୁ ସେହି ରାସ୍ତା ଯାନବାହାନା ଯାତାୟାତରେ ଅସୁବିଧା ହେଉ ଥିବା ଅଞ୍ଚଳ ବାସୀ କହି ଛନ୍ତି । ଅଞ୍ଚଳ ବାସୀ ରୋଗୀ, ଗର୍ଭବତୀଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସ ଯାଇ ପାରୁନ ଥିବା ପ୍ରକାଶ କରିଛନ୍ତି । ତେଣୁ ଯଥା ସମ୍ଭବ ଏହି ସମସ୍ୟା ସମାଧାନ ପାଇଁ ପାରିଗଡ଼ ଏବଂ ସିରଲା ଗ୍ରାମ ପଞ୍ଚାୟତ ବାସୀ ଦାବି କରି ଛନ୍ତି । ଏହି ପ୍ରବଳ ବର୍ଷାରେ ସିରଲା ଠାରେ ଏକର ଏକର ଚାଷ ଜମିରେ ବନ୍ୟା ଜଳ ମଧ୍ୟ ମାଡି ଯାଇଥିବା ଅଞ୍ଚଳ ବାସୀ ଦାବି କରି ଛନ୍ତି । ତେଣୁ ପ୍ରଶାସନ ପକ୍ଷରୁ କ୍ଷୟ କ୍ଷତିର ଆକଳନ କରି ସରକାରୀ ଅନୁଦାନ ପ୍ରଦାନ ପାଇଁ ଅଞ୍ଚଳର ଚାଷୀ ଦାବି କରିଛନ୍ତି ।