ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟ ଓ କେମ୍ବ୍ରିଜ୍ ଵିଶ୍ଵଵିଦ୍ୟାଳୟ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ସହଯୋଗ ଦିଗରେ ଆଜି ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । କିଟ୍ ଵିଶ୍ଵଵିଦ୍ୟାଳୟର ସ୍କୁଲ୍ ଅଫ୍ ଆର୍କିେ ଟକ୍ଟ ଏବଂକେମ୍ବ୍ରିଜ୍ ଵିଶ୍ଵଵିଦ୍ୟାଳୟ ଲ୍ୟାଣ୍ଡ ଇକୋନୋମି ଆଣ୍ଡ ସେଣ୍ଟର ଅଫ୍ ଡେଭେଲପମେଣ୍ଟ ଷ୍ଟଡିଜ୍ ବିଭାଗ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । କିଟ୍ ପକ୍ଷରୁ ସ୍କୁଲ୍ ଅଫ୍ ଆର୍କିଟେକ୍ଟର ନିଦ୍ଦେର୍ଶ କ ପ୍ରଫେସର ଏସ୍ ଏସ୍ ରାୟ ଓ କେମ୍ବଜ୍ରି ଵିଶ୍ଵଵିଦ୍ୟାଳୟ ପକ୍ଷରୁ ଡ.ଶୈଳଜାଫେନେଲ୍ ଏହି
ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ଉପକୁଳାଧିପତି
ପ୍ରଫେସର ଡା. ସୁବ୍ରତ ଆଚାର୍ଯ୍ୟ ଉପସ୍ଥିତ ଥିଲେ । ଏହି ବୁଝାମଣାପତ୍ର ଅନୁଯାୟୀ ଉଭୟ ଅନୁଷ୍ଠାନ ମିଳିତ ଭାବେ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ଶୈକ୍ଷକି କାର୍ଯ୍ୟ କମ୍ର ବିକଶିତ କରିବେ । ଏହା ବ୍ୟତୀତ ଉଭୟ ବିଶ୍ୱବିଦ୍ୟାଳୟ ମିଳିତ ଗବେଷଣା, ସାଂସ୍କୃତିକ ବିନିମୟ ଏବଂ ମିଳିତ ଭାବେ ପାଠ୍ୟକ୍ରମ ବିକଶିତ କରିବା ସହ ଶିକ୍ଷାଦାନ, ଆଲୋଚନାଚକ୍ର, କର୍ମଶାଳା ଆୟୋଜନ କରିବେ । ଏହି ଦୁଇ ଵିଶ୍ଵଵିଦ୍ୟାଳୟ ଶୈକ୍ଷିକ ବିକାଶ ଓ ସାଂସ୍କୃତିକ ବୁଝାମଣାକୁ ପ୍ରୋତ୍ସାହିତ କରିବା ପାଇଁ ଅନ୍ୟାନ୍ୟ କାର୍ଯ୍ୟକ୍ରମ
ହାତକୁ ନେବେ । ଏହି ଅବସରରେ ଡ.ଫେନେଲ୍ କହିଲେ, ଗ୍ରାମାଞ୍ଚଳର ଯୁବକ ଯବୁ ତୀଙ୍କ ବିକାଶ ନିମନ୍ତେ ସ୍ମାର୍ଟ ସିଟିପରି ସ୍ମାର୍ଟ ଭିଲେଜର ଆବଶ୍ୟକତା ରହିଛି । ଏହି ଦୁଇ ଵିଶ୍ଵଵିଦ୍ୟାଳୟ ମିଳିତ ଭାବେ କନ୍ଧମାଳ ଆଦି ବିଭିନ୍ନ ଜିଲ୍ଲାରେ ଗ୍ରାମାଞ୍ଚଳଗୁଡିକ଼ର ବକି।ଶ ନିମନ୍ତେ ସମସ୍ୟାର ସା୍ଥୟୀ ସା୍ମର୍ଟ ସମାଧାନ ଉପରେ କାର୍ଯ୍ୟ କରିବେ । ଉଭୟ ଵିଶ୍ଵଵିଦ୍ୟାଳୟ ମଧ୍ୟରେ ହୋଇଥିବା ଏହି ଵୁଝାମଣା ଯୋଗୁଁ ଉଭୟ ଅନୁଷ୍ଠାନର ଅଧ୍ୟାପକ ଓ ଛାତଛ୍ର।ତ୍ରୀ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଲାଭବାନ ହୋଇପାରିବେ ବୋଲି ଶ୍ରୀ ରାୟ କହିଥିଲେ।
( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )
