ଝାରସୁଗୁଡା : ବେଲପାହାଡ଼ସ୍ଥିତ ଟିଆରଇ କ୍ଲବଠାରେ ରାଜ୍ୟ ସିପକ ଟାକ୍ରୋ ସଙ୍ଘ, ଝାରସୁଗୁଡା ଜିଲ୍ଲା ସିପକ ଟାକ୍ରୋ ସଙ୍ଘ ଓ ବେଲପାହାଡ଼ ଇଂଲିଶ ମିଡିୟମ ସ୍କୁଲ ମିଳିତ ଅନୁକୂଲ୍ୟରେ ଦୁଇ ଦିନ ଧରି ଚାଲିଥିବା ୨୦ତମ ସବ ଜୁନିୟର ସିପକ ଟାକ୍ରୋ ପ୍ରତିଯୋଗିତା ୨୦୧୯ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇ ଯାଇଛି । ଏହି ପ୍ରତିଯୋଗିତାରେ ରାଜ୍ୟର ୧୪ ଜିଲ୍ଲାରୁ ଉଭୟ ୨୦ଟି ବାଳକ ଓ ବାଳିକା ଦଳ ଅଂଶ ଗ୍ରହଣ କରିଥିଲେ। ବାଳିକା ବିଭାଗରେ କିସ କୁ ୨-୧ ସେଟରେ ପରାସ୍ତ କରି ଭଦ୍ରକ ଚାମ୍ପିୟାନ ହୋଇ ଥିବାବେଳେ ବାଳକ ବିଭାଗରେ କିସ ଦଳ ଝାରସୁଗୁଡାକୁ ୨-୦ ସେଟରେ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି ।
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ବରଗଡ ଏମପି ସୁରେଶ ପୂଜାରୀ, ସମ୍ମାନୀୟ ଅତିଥି ଜିଲ୍ଲା ଆଥଲେଟିକ ସଙ୍ଘର ସାଧାରଣ ସମ୍ପାଦକ ତାପସ ରାୟ ଚୌଧୁରୀ ଯୋଗଦେଇ ଚମ୍ପିୟାନ ଉଭୟ ଦଳକୁ ପୁରସ୍କୃତ କରିଥିଲେ। ଉକ୍ତ ସଭାରେ ରାଜ୍ୟ ସଙ୍ଘ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ,ଜିଲ୍ଲା ସଙ୍ଘର ଉପସଭାପତି ତପନକାନ୍ତ ଜେନା, ଡ଼ା.ଦିଲୀପ ନାୟକ ବେଲପାହାଡ଼ ଇଂଲିଶ ମିଡିୟମ ସ୍କୁଲର ଅଧ୍ୟକ୍ଷ। ରମା କାର୍ତ୍ତିକ, ସମ୍ପାଦକ ହମିଦ ମହାପାତ୍ର ଉପସ୍ଥିତ ଥିଲେ । ଅଫିସିଆଲ ରେଫେରୀ ଭାବେ ବ୍ରଜ ମୋହନ ସାହୁ, କେ ଭି ରାଜଶେଖର, ରାମଚନ୍ଦ୍ର ବାରିକ, ବ୍ରଜବନ୍ଧୁ କାଣ୍ଡି, ଲିଙ୍ଗରାଜ ପୃଷ୍ଟି, ନଟବର ସେଠୀ, ମୋନାଲିସା ରାଉତ, ରୂପକ ପ୍ରସାଦ ପ୍ରତିଯୋଗିତାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।
ଏହି ପ୍ରତିଯୋଗିତାରୁ ଆଗାମୀ ଦିନରେ ଜାତୀୟ ପ୍ରତିଯୋଗିତା ପାଇଁ ଖେଳାଳି ଚୟନ କରାଯିବ ବୋଲି ରାଜ୍ୟ ସମ୍ପାଦକ ପ୍ରକାଶ କରିଛନ୍ତି। ଉଦଯାପନୀ ସଭାକୁ ରାଜ୍ୟ ସଙ୍ଘର ଉପସଭାପତି ମହମ୍ମଦ ଗୁଲଫାମ ପରିଚାଳନା କରିଥିଲେ। ସୁନନ୍ତ ପଣ୍ଡା, ଦେବେନ୍ଦ୍ର ବେହେରା, ଆସିଫ ଖାନ, ମହମ୍ମଦ ସାହିଦ, ରେଖା ରାୟ, ଅଳ୍ପନା ବୋହିଦାର ଓ ସ୍କୁଲର ସମସ୍ତ କର୍ମକର୍ତ୍ତା ସପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ କୋଷାଧ୍ୟକ୍ଷ ନିରୋଦ କୁମାର ସ୍ୱାଇଁ ପ୍ରତିଯୋଗିତାଟି ସଫଳତାର ସହିତ ଶେଷ ହୋଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
