Odia News Portal

ଦୁଇ ନୂଆ ରେଳ ଚଳାଚଳ ଘୋଷଣା

ଭୁବନେଶ୍ୱର() ଭୁବନେଶ୍ୱରରୁ ଆଉ ଦୁଇଟି ନୂଆ ରେଳ ଚଳାଚଳ ପାଇଁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଘୋଷଣା କରିଛନ୍ତି । ଏହି ରେଳ ଭୁବନେଶ୍ୱରରୁ ଜଗଦଲପୁର ଏବଂ ଭୁବନେଶ୍ୱରରୁ ଜୁନାଗଡ ଚାଲିବ । ଗତ ଜୁଲାଇ ୧୮ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ପତ୍ର ଲେଖି ଏହି ଦୁଇ ନୂଆ ରେଳ ଚଳାଚଳ କରିବା ପାଇଁ ଦାବି କରିଥିଲେ । କେନ୍ଦ୍ର ରେଳମନ୍ତ୍ରୀ ଏହି ନୂଆ ରେଳ ଚଳାଚଳ ପାଇଁ ଆଜି ଘୋଷଣା କରିଛନ୍ତି ।