ଘୁ. ଉଦୟଗିରି : କନ୍ଧମାଳ ଜ଼ିଲ୍ଲା ଅଧୀନସ୍ଥ କୋଟଗଡ ବ୍ଲକର ପାରିଗଡ଼ ଗ୍ରାମ ପଞ୍ଚଯାତ ଏହି ଗ୍ରାମ ପଞ୍ଚାୟତରେ ରହି ଅଛି ବୋରିକିଆ ଗ୍ରାମ । ପ୍ରାୟ ୫ବର୍ଷରୁ ଉର୍ଦ୍ଧ ହେବ ବରିକିଆ ଗ୍ରାମରେ ଥିବା କଲଭର୍ଟ ଭାଙ୍ଗି ଯାଇଥିଲା । ଘଟଣା ସମ୍ପର୍କରେ ଅଞ୍ଚଳବାସି ପ୍ରଶାସନକୁ ବାରମ୍ବାର ଜଣାଇ ଥିଲେ ମଧ୍ୟ କୌଣସି ସରକାରୀ ସହାୟତା ମିଳିନ ଥିବା କହିଛନ୍ତି । କଲଭର୍ଟ ଭାଙ୍ଗିବା ଦ୍ୱାରା ପାରିଗଡ଼ ଏବଂ ବୁଡ଼ାଗୁଡା ମଧ୍ୟରେ ଯାତାୟାତ ଠପ ହୋଇ ଥିଲା । ପ୍ରଶାସନର ନୀରବତା ଯୋଗୁଁ ଶେଶରେ ବାଧ୍ୟ୍ୟ ହୋଇ ଗ୍ରାମ ବାସି କାଠରେ ଅସ୍ଥାୟୀ କଲଭର୍ଟ ତିଆରି କରି ଥିବା କହି ଛନ୍ତି ।
କଲଭର୍ଟ ଭାଙ୍ଗିବା ଦ୍ୱାରା ପାରିଗଡ଼ ଗ୍ରାମ ପଞ୍ଚାୟତର ମୋରେଞ୍ଜି, ପାନଣ୍ଡିସ, କୁନ୍ଦୁପାଙ୍ଗା, ଶିଶପାଙ୍ଗା, ଅଦାବାଲି ଇତ୍ୟାଦି ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଥିଲା । ଅଞ୍ଚଳବାସି ନିରାଶ ହୋଇ ଯାତାୟାତ ପାଇଁ ଏହି କଲଭର୍ଟ ନିର୍ମାଣ କରି ଥିବା ସୂଚନା ଦେଇଛନ୍ତି । ବର୍ତ୍ତମାନ ଅଞ୍ଚଳବାସି ବିପଦପୂର୍ଣ୍ଣ ଅବସ୍ଥାରେ ଉକ୍ତ କାଠ ପୋଲ ଉପରେ ଯାତାୟାତ କରୁ ଥିବା ଦେଖା ଦେଇଛି । ବର୍ତ୍ତମାନ ଏହି ଅଞ୍ଚଳକୁ ଆମ୍ବୁଲାନ୍ସ, ବାଇକ ଯିବା ପାଇଁ ବହୁ ସମସ୍ୟା ହେଉ ଥିବା ବୋରିକିଆ ଗ୍ରାମ ବାସି କହିଛନ୍ତି । ଯାହା ପାଇଁ ରୋଗୀ, ଗର୍ଭବତୀ ନାହିଁ ନ ଥିବା ଅସୁବିଧା ହେଉ ଥିବା ମତ ପ୍ରକାଶ ପାଇଛି । ତେଣୁ ବୋରିକିଆ ଠାରେ ସ୍ଥାୟୀ କଲଭର୍ଟ ତିଆରି ପାଇଁ ପଞ୍ଚାୟତବାସି ପ୍ରଶାସନ ପାଖରେ ଦାବି କରିଛନ୍ତି
