ଭୁବନେଶ୍ବର : ରାଜଧାନୀର ଯାନ ବାହନ ଚଳାଚଳ ସମୟରେ ରବିବାର ବିଳମ୍ଵିତ ସନ୍ଧ୍ୟାରେ ଅଚାନକ ପଳାଶୁଣୀରେ ଓଭରବ୍ରିଜ ଦବି ଯାଇଛି। ପଳାଶୁଣୀର ହାଇଟେକ୍ ଛକ ନିକଟରେ ଓଭରବ୍ରିଜ ଦବି ଯାଇଛି।
ଖବର ପ୍ରସାରଣ ପରେ ଘଟଣାସ୍ଥଳରେ ଟ୍ରାଫିକ ପୋଲିସ ଓ ଏନଏଚଆଇ ଅଧିକାରୀ ପହଞ୍ଚି ଓଭରବ୍ରିଜ ଯାଞ୍ଚ କରିଛନ୍ତି। ଦବିଥିବା ସ୍ଥାନକୁ କର୍ଡନ କରାଯାଇଛି। ଏବେ ସେଠାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।