Odia News Portal

ପିସି ମାଗିଲେ ତୁରନ୍ତ ଜଣାଅ : ଅତନୁ

ମାର୍ଶାଘାଇ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଜି ମାର୍ଶାଘାଇ ବ୍ଲକର ସମୁଦାୟ ୨୪ଟି ପଂଚାୟତରୁ ୨୧ଟି ପଂଚାୟତ ର ହିତାଧିକାରୀମାନଙ୍କୁୁ ମୋଟ ୭୧୩ଟି କାର୍ଯ୍ୟାଦେଶ ବଂଟନ କରାଯାଇଛି । ଏଥିରେ ଆଉ ଯୋଗ୍ୟ ହିତାଧିକାରୀ ନଥିବାରୁ ବ୍ଲକର ବଟିରା, ଜଳପୋକ ଓ ରାଘବପୁର ପଂଚାୟତ ଏଥିରୁବାଦ ପଡିଥିବା ବିଡିଓ ଙ୍କ ସୂତ୍ରରୁ ପ୍ରକାଶ । ଏହି ଅବସରରେ ବିଡିଓ ଦେବେନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମହାକାଳପଡା ବିଧାୟକ ଅତନୁସବ୍ୟସାଚୀ ନାୟକ, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲା ଅତିଥିଭାବରେ ଯୋଗଦେଇ ପ୍ରଶାସନ ଦ୍ୱାରା ଚିହ୍ନଟ କରାଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । ବ୍ଲକ ଅଧ୍ୟକ୍ଷା ସୀତାଲତା ପରିଡା, ଉପାଧ୍ୟକ୍ଷା ମମତାପ୍ରଧାନ, ଜିଲ୍ଲାପରିଷଦସଭ୍ୟ ପ୍ରଦୀପ୍ତ ଗାହାଣ ଅନ୍ୟତମ ଅତିଥିଭାବରେ ଯୋଗ ଦେଇ ସରକାରଙ୍କର ଏହି ହିତାଧିକାରୀ ଚୟନ ଓ କାର୍ଯ୍ୟାଦେଶ ପ୍ରଦାନରେ ସ୍ୱଛତା ରହିଥିବା ପ୍ରକାଶ କରିଥିଲେ । ବ୍ଲକର ବଛରାଇ ପଞ୍ଚାୟତରେ ସର୍ବାଧିକ ୧୦୧ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସଯୋଜନା ରେ ସାମିଲ କରାଯାଇଥିବାବେଳେ କରିଲୋପାଟଣା ପଞ୍ଚାୟତକୁ ସର୍ବନିମ୍ନ ଜଣେମାତ୍ର ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ଏଥିରୁ ସ୍ପଷ୍ଟ ଯେ, ପୂର୍ବରୁ ବଛରାଇ ପଞ୍ଚାୟତରେ ବହୁ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ଘରପାଇବାକୁ ଥିବାବେଳେ କରିଲୋପାଟଣା ପଂଚାୟତ ରେ ସତେଯେପରି ଆଉ ଅଧିକ ହିତାଧିକାରୀ ନଥିଲେ । ତେବେ ହିତାଧିକାରୀ ଚୟନ ଓ କାର୍ଯ୍ୟାଦେଶ ବଣ୍ଟନରେ ସ୍ୱଚ୍ଛତା ରହିଛି ଓ ଏଥିପାଇଁ କେହି ଉକ୍ରୋଚ ଦାବିକଲେ ତୁରନ୍ତ ଜଣାଇବାକୁ ବିଧାୟକ ଶ୍ରୀ ନାୟକ କହିଥିଲେ । ଖାଲିସେତିକିନୁହେଁ, ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ନିକଟରେ ଦୁର୍ନିତୀଗ୍ରସ୍ତ ୧୬ଜଣ କର୍ମଚାରୀ ଙ୍କୁ ଚାକିରୀ ରୁ ବହିଷ୍କାର କରିଥିବା ପ୍ରକାଶ କରି ଏଥିରେ ଦୁର୍ନୀତି ର ପ୍ରମାଣ ମିଳିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି ବ୍ଲକ ପ୍ରଶାସନ ଚେତାଇଦେଇଥିଲେ । ଏହିଅବସରରେ ବ୍ଲକର ୨୪ଟି ପଂଚାୟତ ରେ ନୂଆକରି ୭୪୧ ଜଣଙ୍କୁ ୧୫ଶହଟଙ୍କା କରି ବିଧବା ଓ ବାର୍ଦ୍ଧକ୍ୟଭତା ପ୍ରଦାନ କରାଯାଇଥିଲା ।  ବ୍ଲକର ପାଟକୁରା ନିବାଚନମଣ୍ଡଳୀରେ ଥିବା ୭ଟି ପଂଚାୟତ ର ୪୪୦ଜଣ ଙ୍କୁ ଭତା ପ୍ରଦାନ କରାଯାଇଥିଲା । ଏଥିରେ ମେହେନ୍ଦିନଗର ପଂଚାୟତ ର ସର୍ବାଧିକ ୧୮୦ଜଣ ହିତାଧିକାରୀଙ୍କୁ ନୂଆଭତା ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ  ଦିବଂଗତ ବିଧାୟକ ଙ୍କର ପୁତ୍ର ସଂଜୟ ଅଗ୍ରୱାଲା, ବ୍ଲକବିଜେଡି ସଭାପତି ସଂଜୟ କୁମାର ଲେଙ୍କା,ବିଜେଡିନେତା ପ୍ରମୋଦ କୁମାର ରଥ, ପ୍ରଫୁଲ୍ଲଚନ୍ଦ୍ର ଦାସ, ଗଙ୍ଗାଧର ପରିଡା, ବିପିନବିହାରୀ ସ୍ୱାଇଁ, ଝରିବସନ୍ତିଆ, ଚନ୍ଦ୍ରମଣିସାହୁ , ଉପେନ୍ଦ୍ରବେହେରା, ପ୍ରତାପ ମଲ୍ଲିକ, ରାଜୀବଲୋଚନ ପୃଷ୍ଟି, ହିରକ ପରିଡା, ନାରୀନେତ୍ରୀ ଶର୍ମିଷ୍ଠା ନାୟକ, ଭାରତୀଦଲେଇ, ପୂର୍ବତନ ମହାକାଳପଡା ବ୍ଲକ ଅଧ୍ୟକ୍ଷା ସରୋଜିନୀ ସେଠୀ ପ୍ରମୁଖ ଯୋଗଦେଇଥିଲେ ।