Odia News Portal

କାଜୁ ନିଗମ ଅଧ୍ୟକ୍ଷ ଦାୟିତ୍ୱ ନେଲେ ଅମରେନ୍ଦ୍ର

ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ ଓଡ଼ିଶା ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ୱ ନେଇଛନ୍ତି । ନିଗମର ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ସେ ଆଜି ଦାୟିତ୍ୱ ନେଲା ବେଳେ ରାଜ୍ୟ ଶିଶୁ ସୁରକ୍ଷା ସଦସ୍ୟା ମନ୍ଦାକିନୀ କର, ରାଜ୍ୟ କ୍ଷୁଦ୍ର ଶିଳ୍ପ ଅଧ୍ୟକ୍ଷ ଚିନ୍ମୟ ସାହୁ, ରାଜ୍ୟ ଛାତ୍ର ନେତା ତନ୍ମୟ ସ୍ୱାଇଁ, କେନ୍ଦ୍ରାପଡ଼ା ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା, ରାଜ୍ୟ ବିଜୁ ଛାତ୍ର ଜନତା ଦଳର ଉପସଭାପତି ରାଜେଶ ରାଜ ସ୍ୱାଇଁ, କିଟ୍ କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ଜଗତସିଂହପୁର ନିର୍ବାଚନମଣ୍ଡଳୀର ଅନେକ ବିଜେଡି ସଭ୍ୟ ସଭ୍ୟା କାଳନ୍ଦୀ ପତି, ଜିଲ୍ଲା ପରିଷଦ ୩ ନମ୍ବର ଜୋନ୍ ସଦସ୍ୟା କିରଣବାଳା ସାସ୍ମଲ୍, ସୁଶାନ୍ତ ରଞ୍ଜନ ସ୍ୱାଇଁ, ଗୌରାଙ୍ଗ ଚରଣ ଦାସ ପ୍ରମୁଖ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।