Odia News Portal

କଳିଙ୍ଗ କନ୍ୟାରତ୍ନ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ବର : ବୀଣାପାଣି ନାଟ୍ୟ ସଂସ୍ଥାର ରଜତ ଜୟନ୍ତୀ ସମାରୋହ ଅବସରରେ ଜୟଦେବ ଭବନରେ କଳିଙ୍ଗ କନ୍ୟାରତ୍ନ ସମ୍ମିଳନ ଅନୁଷ୍ଠିତ ହୋଇଯାଇଅଛି । ୫୦୦ ପ୍ରତିଭାବାନ କଳିଙ୍ଗ କନ୍ୟା ଉକ୍ତ କାର୍ଯ୍ୟକ୍ରମରେ ଚିତ୍ର, ନୃତ୍ୟ ଅଭିନୟ ଉପସ୍ଥାପନ କରିଥିଲେ । ଏହି କନ୍ୟାରତ୍ନ ସମ୍ମିଳନୀରେ ମୂଖ୍ୟ ଅତିଥିଭାବେ ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଢ଼ଙ୍ଗୀ, ପୁରୀର ସୁଭଦ୍ରାଙ୍କ ମୁଖ୍ୟବାଡ଼ଗ୍ରୀହୀ ଶ୍ରୀଯୁକ୍ତ ରାମଚନ୍ଦ୍ର ଦାଶ ମହାପାତ୍ର, ଶିକ୍ଷାବିତ୍ ବିଧୁଭୁଷଣ ପଟ୍ଟନାୟକ, ମୁମ୍ବାଇ ଓଡ଼ିଆ ସମାଜର ସଭାପତି ବିପିନ ବିହାରୀ ମିଶ୍ର, ଖୋର୍ଦ୍ଦ ଜିଲ୍ଲା ବିଜେପି ସଭାପତି ସୁବାସ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ମୂଖ୍ୟ ପୃଷ୍ଠ ପୋଷକ ଭାବେ ଗାୟତ୍ରୀ କଲେଜର ଅଧ୍ୟକ୍ଷ ଉତମ ପାଣିଗ୍ରାହୀ ମଧ୍ୟ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଅତିଥି ମାନଙ୍କଦ୍ୱାରା “ବେଟି ବଂଚାଅ, ବେଟି ପଢ଼ାଅ’’ ନାଟକ ବହି ଉନ୍ମୋଚିତ ହୋଇଥିଲା । ନାଟ୍ୟ ସଂସ୍ଥାର ସଭାପତି ବୁଦ୍ଧନାଥ ବେହେରାଙ୍କ ସଭାପତିତ୍ୱରେ କାର୍ଯ୍ୟକାରୀ ସଭାପତି ବସନ୍ତ ନାୟକ ବେଟି ବଂଚାଅ ଅଭିଯାନର ସନ୍ଦେଶ ଉପସ୍ଥାପନ କରିଥିଲେ । ସଂମ୍ପାଦକ ବିଚିତ୍ର ମଲିଆ ଅନୁଷ୍ଠାନର ୨୪ ବର୍ଷ ଚଲାପଥର ବିବରଣୀ ପଠନ କରିଥିଲେ । ପ୍ରତିଯୋଗିତାରେ ଶ୍ରେଷ୍ଠ କୃତୀ ମାନଙ୍କୁ ଶ୍ରୀମତୀ କଳିଙ୍ଗ, ମିସ୍ କଳିଙ୍ଗ, ଲିଟିଲ ମିସ୍ କଳିଙ୍ଗ ଭାବେ ସମ୍ମାନିତ କରାଯିବା ସହ କଳିଙ୍ଗ କନ୍ୟା ସମ୍ମାନ ଓ ଶିଶୁ ଅଭିନେତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଉପଦେଷ୍ଟା ମନୋଜ ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ ।

( ଭୁବନେଶ୍ୱରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )