ଭୁବନେଶ୍ୱର : ଆଜି ବିଜୁ ପଟ୍ଟନାୟକ କ୍ରୀଡ଼ା, ସାହସିକତା ଓ ସମାଜସେବା ସମାରୋହ ହୋଇଥିଲା । ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି । ପୁରସ୍କୃତ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସଫଳତାର ସହ ବିଶ୍ୱସ୍ତରୀୟ କ୍ରୀଡ଼ା ଆୟୋଜନ କରିପାରିଛି ଓଡ଼ିଶା । ଭୁବନେଶ୍ୱର କ୍ରୀଡ଼ା ଆକାଶର ଉକ୍ରଳ ତାରକା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି ଆଜି ଭୁବନେଶ୍ୱରରେ ବିଜୁ ପଟ୍ଟନାୟକ କ୍ରୀଡ଼ା ଓ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । କ୍ରୀଡ଼ା ପାଇଁ ପ୍ରମୋଦ ଭଗତଙ୍କୁ ପୁରସ୍କୃତ କରିଛନ୍ତି । ବିଶ୍ୱ ପାରା ବ୍ୟାଡ଼ମିଣ୍ଟନରେ ୨ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ । ସାହସିକତା ପାଇଁ ବାଳିକା ଶ୍ରୀମତି ଭଦ୍ରାଙ୍କୁ ପୁରସ୍କାର ଦିଆଯାଇଛି ।
ଅନୁଗୁଳ ଛୋଟ ଝିଅ ଶ୍ରୀମତୀ ବନ୍ଧୁଙ୍କୁ ଦୁର୍ଘଟଣାରେ ବଞ୍ଚାଇଥିଲେ । ଉଭୟଙ୍କୁ ୨ଲକ୍ଷ ଲେଖାଏଁ ପୁରସ୍କାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।