Odia News Portal

ଆଜିଠୁ ନୂଆ ନିୟମ, ୱାନ୍ ନେସନ, ୱାନ୍ ରାସନ୍ କାର୍ଡ

ଭୁବନେଶ୍ବର : ଆଜିଠୁ ନୂଆ ନିୟମ। ରାଜ୍ୟରେ ଆଜିଠୁ ଲାଗୁ ହେବ ୱାନ୍ ନେସନ, ୱାନ୍ ରାସନ୍ କାର୍ଡ ବ୍ୟବସ୍ଥା । ଏହି ବ୍ୟବସ୍ଥାରେ ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀ ରାଜ୍ୟର ଯେ କୌଣସି ଫେୟାର ପ୍ରାଇସ ସପ୍ରୁ ନିଜ ରାସନ ନେଇପାରିବେ । ପାଇଲଟ ପ୍ରୋଜେକ୍ଟ ଭାବେ ଭୁବନେଶ୍ୱର ମହାନଗର ନିଗମରୁ ଆରମ୍ଭ ହେବ ଏହି ବ୍ୟବସ୍ଥା ।

ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ୱାନ୍ ନେସନ, ୱାନ୍ ରାସନ୍ କାର୍ଡ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମରେ ଥିବା ୬୭ଟି ୱାର୍ଡରେ ୧୨୭ଟି ଫେୟାର ପ୍ରାଇସ ସପ ଖୋଲିବ। ଅର୍ଥାତ ଫେୟାର ପ୍ରାଇସ ସପ୍ରୁ ଏଣିକି ମାସିକ ରାସନ ନେଇପାରିବେ ହିତାଧିକାରୀ। ହେଲେ ଏଥିପାଇଁ ରାଶନ କାର୍ଡଧାରୀଙ୍କୁ ଆଧାର ଲିଙ୍କ୍ କରିବା ବାଧ୍ୟତାମୂଳକ କରାଯାଇଛି। ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟ ସବୁ ସ୍ଥାନରେ ଲାଗୁ କରାଯିବ ।