Odia News Portal

ପଥରମାଡ଼ରେ ସାଂସଦ ଆହତ, କାହିଁକି ଜାଣନ୍ତୁ

କୋଲକାତା()  ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ଉପରେ ଆକ୍ରମଣ । ଏହି ଅଭିଯୋଗ କରିଛନ୍ତି ଖୋଦ ସାଂସଦ । ଅର୍ଜୁନ କହିଛନ୍ତି- ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଦଳର କର୍ମୀ ଏବଂ ପୁଲିସ୍ ତାଙ୍କ ଉପରେ ଏଭଳି ଆକ୍ରମଣ କରିଛି। ବାରାକ୍ପୋର୍ ପୁଲିସ୍ କମିଶନର ମନୋଜ ବର୍ମାଙ୍କ ଆକ୍ରମଣରେ ସେ ଆହତ ହୋଇଥିବା କହିଛନ୍ତି। ଅର୍ଜୁନଙ୍କୁ ଏହାପରେ ଆପୋଲୋ ହସ୍ପିଟାଲ ନିଆଯାଇଥିଲା।

 

 

 

 

 

 

ସୂଚନାଅନୁସାରେ ବିଜେପି କାର୍ୟ୍ୟାଳୟ ଟିଏମ୍ସି କବ୍ଜାରେ ରହିଛି। ଏହି କୋଠା ସବୁର ରଙ୍ଗରୁ ସ୍ପଷ୍ଟ ଜଣାପଡ଼ୁଛି ଏସବୁ ଦିନେ ବିଜେପିର କାର୍ୟ୍ୟାଳୟ ଥିଲା। କିନ୍ତୁ ଏସବୁରେ ବର୍ତ୍ତମାନ ମମତାଙ୍କ ଫଟୋ ଥିବା ବ୍ୟାନର ଦେଖିବାକୁ ମିଳୁଛି। ଆଜି ବିଜେପି ନେତା ଓ କର୍ମୀମାନେ ଏହି ସବୁ ପୋଷ୍ଟର ଚିରିବା ପରେ ୨ ଗୋଷ୍ଠୀଙ୍କ ମଧ୍ୟରେ ହଙ୍ଗାମା ଦେଖିବାକୁ ମିଳିଥିଲା। ଏହାପରେ ସାଂସଦ ଅର୍ଜୁନଙ୍କ ଗାଡ଼ି ମଧ୍ୟ ଦୃର୍ବୃତ୍ତ ଭାଙ୍ଗିଦେଇଛନ୍ତି।