Odia News Portal

‘ଆର୍ଏକ୍ସ ୧୦୦’ରେ ତାରା

ବଲିଉଡ୍ ନାୟିକା ତାରା ସୁତାରିୟା ତାଙ୍କ ଅପ୍କମିଂ ଫିଲ୍ମ ‘ଆର୍ଏକ୍ସ ୧୦୦’ର ହିନ୍ଦୀ ରିମେକରେ କାମ କରିବାକୁ ଯାଉଛନ୍ତି। ନିକଟରେ ଏକ ଷ୍ଟୋର ଲଞ୍ଚ କାର୍ୟ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ‘ଆର୍ଏକ୍ସ ୧୦୦’କୁ ନେଇ କିଛି କଥା କହିଛନ୍ତି। ତାରା କହିଛନ୍ତି ଆଗାମୀ ଅକ୍ଟୋବରରେ ଏହି ଫିଲ୍ମର ଶୁଟିଂ ଆରମ୍ଭ କରାଯିବ। ଏହା ମସୌରୀରେ ଆରମ୍ଭ କରାଯିବ। ଏହି ଫିଲ୍ମର ନିର୍ଦ୍ଦେଶନା ମିଲନ ଲୁଥରିୟା ଦେଇଥିବା ବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସାଜିଦ ନାଡିୟାଡଓ୍ବାଲା। ଏଥିରେ ବଲିଉଡ୍ ନାୟକ ସୁନିଲ ସେଟ୍ଟିଙ୍କ ପୁଅ ଆହନ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହାର ଟାଇଟେଲ ‘ତଡପ’ ରଖାଯିବ ବୋଲି ଅନୁମାନ କରାଯାଉଛି।