Odia News Portal

ସଫଳତା ନ ମିଳିବାରୁ ଆତ୍ମହତ୍ୟା କଲେ ଏହି ମଡେଲ

୨୦ ବର୍ଷୀୟା ମଡେଲ ପର୍ଲ ପଞ୍ଜାବୀ ଗୁରୁବାର ରାତିରେ ନିଜ ଆପାର୍ଟମେଣ୍ଟ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।ପର୍ଲ ବଲିଉଡ୍ରେ କ୍ୟାରିୟର କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ବହୁ ଦିନ ହେବ ଫିଲ୍ମ ଜଗତରେ ସଂଘର୍ଷ କରିଆସୁଥିଲେ। ମାତ୍ର ସଫଳତା ନ ମିଳିବାରୁ ନିରାଶ ହୋଇ ଗୁରୁବାର ନିଜ ଘର ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ରାତି ପ୍ରାୟ ୧୨ଟା ୧୫ରୁ ସାଢ଼େ ୧୨ଟା ମଧ୍ୟରେ ଏହି ଅଘଟଣ ଘଟିଥିବା ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ ବିପିନ କୁମାର ଠାକୁର କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ପର୍ଲଙ୍କର ତାଙ୍କ ମା’ଙ୍କ ସହ ସୁବବେଳେ ଫୋନ୍ରେ ପାଟିତୁଣ୍ଡ ହେଉଥିଲା। ଏକ ରିପୋର୍ଟ ଅନୁସାରେ, ପୂର୍ବରୁ ପର୍ଲ ୨ ଥର ଆତ୍ମହତ୍ୟା ପାଇଁ ଉଦ୍ୟମ କରିସାରିଥିଲେ। ପର୍ଲ ହେଉଛନ୍ତି ଲୋକପ୍ରିୟ ତଥା ସଫଳ ଗାୟକ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟଙ୍କ ଭଲ ବନ୍ଧୁ ଥିଲେ।