Odia News Portal

୨ ଦିନ ବନ୍ଦ ପରେ ଆଜି ପୁରୀରେ ଉଛେଦ ଅଭିଯାନ

ପୁରୀ : ୨ ଦିନ ବନ୍ଦ ରହିବା ପରେ ଆଜିଠୁ ପୁଣି ଶ୍ରୀକ୍ଷେତ୍ରରେ ଉଚ୍ଛେଦ ଅଭିଯାନ ଆରମ୍ଭ ହେବ । ଏମାର ମଠ ଅଧା ଭଙ୍ଗା ହୋଇଥିବା ବେଳେ ଆଜି ବଡ଼ ଛତା ମଠ ଉଚ୍ଛେଦ କରାଯିବ । ମାଟିରେ ମିଶିବ ବଡଛତା ବା ବଡ ଆଖଡା ମଠ । ସପ୍ତାହେ ଧରି ପୁରୀରେ ଚାଲିଥବା ଏହି ଉଚ୍ଛେଦ କାର୍ଯ୍ୟରେ ପ୍ରଥମେ ମେଘନାଦ ପାଚେରୀ ଚାରିପାଖରେ ଥିବା ସମସ୍ତ ଜବରଦଖଲ ଏବଂ  ଯାତ୍ରୀ ନିବାସ ଉଚ୍ଛେଦ ହେବାପରେ ମଠ ଉଚ୍ଛେଦ କାର୍ଯ୍ୟ ଅରମ୍ଭ ହୋଇଥିଲା।

ଏହି କ୍ରମରେ ପ୍ରଥମ ପ୍ରସିଦ୍ଧ ଲଙ୍ଗୁଳି ମଠ ମାଟିରେ ମିଶି ସାରିଛି । ଏହାପରେ ଏମାର ମଠର ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରି ଏମାର ମଠ ସଂଲଗ୍ନ ରଘୁନନ୍ଦନ ଲାଇବ୍ରେରୀର ଉଚ୍ଛେଦ କରାଯାଇଥିଲା। ଏମାର ମଠର କିଛି ଅଂଶ ଉଚ୍ଛେଦ କରାଯାଇଥିଲେ ମଧ୍ୟ ଏମାର ମଠର ମହନ୍ତ ରାଜଗୋପାଳ ରାମାନୁଜ ଦାସ ଗାଦି ନଛାଡିବାକୁ ପ୍ରଶାସନ ସଂପୂର୍ଣ୍ଣ ଉଚ୍ଛେଦ କରିପାରିନଥିଲା। ଏଣୁ ଏମାର ମଠକୁ ଛାଡି ପ୍ରଶାସନ ବଡ ଆଖଡା ମଠ ଉପରେ ବୁଲଡୋଜର ଚଢାଇବ।