Odia News Portal

ଚୀନର ଲଭ ଏକ୍ସପ୍ରେସ

ଚୀନରେ ଦଉଡୁଛି “ଲଭ୍ ସ୍ପେଶାଲ” ଟ୍ରେନ । ୧୦୦୦ରୁ ଅଧିକ ଯୁବକ ଏବଂ ଯୁବତୀ ଏକ ସ୍ପେଶାଲ ଟ୍ରେନରେ ଏକା ସାଙ୍ଗରେ ଯାତ୍ରା କରିଛନ୍ତି । ଏହି ଯୁବକ-ଯୁବତୀମାନେ କୌଣସି ଗନ୍ତବ୍ୟ ସ୍ଥଳେ ଅଭିମୁଖେ ଯାତ୍ରା କରୁ ନଥିଲେ ବରଂ ଜୀବନସାଥୀ ଖୋଜିବା ଯାତ୍ରା କରୁଥିଲେ । ଏହି ଯୁବକ-ଯୁବତୀ ଚଳିତ ମାସ ଆରମ୍ଭରେ ଲଭ ସ୍ପେଶାଲ ଟ୍ରେନରେ ଯାତ୍ରା କରିଛନ୍ତି, ଯାତ୍ରା ପଛର କାରଣ ଏହା ଯେ ଏହି ଅବସରରେ ସମୟରେ ସେମାନେ ନିଜ ପାଇଁ ଉପଯୁକ୍ତ ଜୀବନସାଥୀ ବାଛି ପାରିବେ ।

୧୯୭୦ ମସିହାରେ ଚୀନରେ ଲାଗୁ ହୋଇଥିବା ୱାନ ଚାଇଲ୍ଡ ପିଲିସି ଫଳରେ ଦେଶରେ ଲିଙ୍ଗ ଅନୁପତରେ ବଡ଼ ବ୍ୟବଧାନ ସୃଷ୍ଟି ହୋଇଛି । ଏହା ଫଳରେ ଲୋକଙ୍କୁ ବିବାହ ପର୍ୟ୍ୟନ୍ତ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଅବିବାହିତ ଯୁବତ-ଯୁବତୀଙ୍କ ଏହି ଯାତ୍ରା ଚୋଙ୍ଗକିଙ୍ଗ ପଶ୍ଚିମ ଷ୍ଟେସନରୁ କିୟାନଜିୟାଙ୍ଗ ଷ୍ଟେସନରେ ଶେଷ ହୋଇଥିଲା । ଏସିଆ ୱାନର ରିପୋର୍ଟ ଅନୁସାର ଏହି ଯାତ୍ରା ଅଗଷ୍ଟ ୧୦ରେ ଆରମ୍ଭ ହୋଇଥିଲା, ଯାହା ଦୁଇ ଦିନ ଏବଂ ଗୋଟିଏ ରାତି ଚାଲିଥିଲା । ଏହି ଲଭ ଟ୍ରେନକୁ ୩ ବର୍ଷ ପୂର୍ବେ ଲଞ୍ଚ କରାଯାଇଥିଲା ।

ଚୀନରେ ପ୍ରାୟ ୨୦ କୋଟି ଅବିବାହିତ ଯୁବକ ଅଛନ୍ତି । ଏହି ଟ୍ରେନ ଲୋକଙ୍କୁ ସେବା ପ୍ରଦାନ କରିବା ସହ ଜୀବନସାଥୀ ଖୋଜିବାରେ ସାହାଯ୍ୟ କରିଥାଏ । ଏଥିରେ ୧୦ ଦମ୍ପତି ଏପରି ଅଛନ୍ତି, ଯେଉଁମାନଙ୍କୁ ଯାତ୍ରା ସମୟରେ ପ୍ରେମ ହୋଇଥିଲା ଏବଂ ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।