Odia News Portal

ବିପଦ ଆସିଲେ ଆଗୁଆ ସୂଚନା ଦେଇଥାଏ ଏହି କୁଣ୍ଡ

ନୂଆଦିଲ୍ଲୀ : ଦେଶରେ ଅନେକ ଦେବାଦେବୀଙ୍କ ମନ୍ଦିର ରହିଛି। ପ୍ରତ୍ୟେକ ମନ୍ଦିରର କିଛି ନା କିଛି ବିଶେଷତ୍ୱ ରହିଛି। ସେହିପରି କଶ୍ମୀରର ଶ୍ରୀନଗର ତୁଲମୁଲାରେ ଏମିତି ଏକ ମନ୍ଦିର ରହିଛି, ଏହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ମନ୍ଦିରର ନାମ ମାତା କ୍ଷୀର ଭବାନୀ। ଏଠାରେ ଥିବା ଏକ କୁଣ୍ଡ କଶ୍ମୀର ପ୍ରତି ଥିବା ବିପଦ ସମ୍ପର୍କରେ ସୂଚନା ଦେଇଥାଏ। ପଣ୍ଡିତଙ୍କ ଅନୁସାରେ ବିପଦ ଆସିବା ପୂର୍ବରୁ କୁଣ୍ଡ ପାଣିର ରଙ୍ଗ ବଦଳି ଯାଇଥାଏ।

ମନ୍ଦିରର ଦେଖାଶୁଣା କରୁଥିବା ରାଜେନ୍ଦ୍ର ସିଂ କୁହନ୍ତି, କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ସମୟରେ କୁଣ୍ଡ ପାଣିର ରଙ୍ଗ ବଦଳି ଯାଇଥିଲା। ମୋଦିଙ୍କ ଘୋଷଣା ପୂର୍ବରୁ କୁଣ୍ଡ ପାଣିର ରଙ୍ଗ କଳା ହୋଇଯାଇଥିଲା। କିନ୍ତୁ ଏବେ ସ୍ବାଭାବିକ ହୋଇଛି। ଏହି ମନ୍ଦିରକୁ କଶ୍ମୀର ପଣ୍ଡିତମାନେ ନିର୍ମାଣ କରିଥିଲେ। ଅଶାନ୍ତ ବାତବରଣ ଯୋଗୁ ଏଠାକୁ ଖୁବ୍‌ କମ୍‌ ଲୋକ ଆସିଥାନ୍ତି। ବିଶେଷକରି ସେନାର ଯବାନମାନେ ଏହି ମନ୍ଦିରକୁ ପୂଜା କରିବାକୁ ଆସିଥାନ୍ତି। ସୂଚନା ଯେ, ୨୦୦୮ରେ ଅମରନାଥ ଭୂମି ଆନ୍ଦୋଳନ, ୨୦୧୦ରେ ଅମର ଅବ୍‌ଦୁଲ୍ଲା ସରକାରରେ ହିଂସା, ୨୦୧୪ରେ ବନ୍ୟା, ୨୦୧୬ରେ ହିଜବୁଲ ଆତଙ୍କ ସମୟରେ ମଧ୍ୟ କୁଣ୍ଡ ପାଣିର ରଙ୍ଗ ବଦଳି ଯାଇଥିଲା।