Odia News Portal

ଆଜି ଜନ୍ମ ମାଟିରେ ପହଞ୍ଚିବେ ଜଗା କାଳିଆ

ଭୁବନେଶ୍ବର : ଓଡିଶା ଫେରୁଛନ୍ତି ଜଗା କାଳିଆ । ଗତକକାଲି ସଂଧ୍ୟା ୫ଟାରେ ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶା ଅଭିମୁଖେ ବାହାରିଛନ୍ତି । ଏସସିବି ମେଡିକାଲର ୨ଜଣ ଡାକ୍ତରଙ୍କ ସହ ୪ ଜଣିଆ ଏମ୍ସର ଏକ ଡାକ୍ତରୀ ଦଳ ସେମାନଙ୍କ ସହ  ଆସୁଛନ୍ତି । ।  ୨୫ ଅଗଷ୍ଟ ୨୦୧୭ ରେ ପ୍ରଥମ ବିରଳ ଅପରେସନ ହୋଇଥିଲା ଏହି ଯୋଡା ମୁଣ୍ଡ ଶିଶୁଙ୍କର । ଏଥିରେ ୧୨୫ ଜଣ ଡକ୍ତରଙ୍କ ଟିମ ଲାଗିଥିବା ବେଳେ ୨୫ ଘଣ୍ଟା ଲାଗିଥିଲା ।

ସେହିପରି ଦ୍ବିତୀୟ ସର୍ଜରୀ ୨୫ ଅକ୍ଟୋବର ୨୦୧୭ରେ ହୋଇଥିଲା।  ଯୋଉଦିନ ୨ ଶିଶୁ ସଂପୂର୍ଣ୍ଣ  ଅଲଗା ହୋଇଥିଲେ। ଏବଂ ସର୍ଜରୀ ପାଇଁ ୨୪ ଘଣ୍ଟା ଲାଗିଥିଲା।  ତା ପରର କିଛି ମାସ ପିଲାଙ୍କ ପ୍ଲାଷ୍ଟିକ ସର୍ଜରୀ କରାଯାଇଥିଲା। ଅପରେସନର ସଂପୂର୍ଣ୍ଣ ପ୍ରକ୍ରିୟାରେ ୯ଟି ଆନେସ୍ଥେସିଆ ପ୍ରୋସିଜରର ହୋଇଥିଲା। ଦିଲ୍ଲୀ ଏମ୍ ସରୁ  ଡାକ୍ତର ଦୀପକ ଗୁପ୍ତାଙ୍କ ଏମ୍ସର ୨ ଜଣ ଡାକ୍ତର ଡାକ୍ତର ଗିରିଜା ରଥ ଏବଂ ଡାକ୍ତର କିରଣ କୁମାରଙ୍କ ସହ ୧୧ ଜଣିଆ ଟିମ ଜଗା-କାଳିଆଙ୍କୁ ନେଇ ଓଡିଶା ଆସୁଛନ୍ତି ।