ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ମୋଟରଯାନ ଆଇନ୍ ହାତରେ ପଡିବା ପରେ କମିଶନରେଟ ପୁଲିସ୍ ସବୁକାମ ଛାଡି ରାସ୍ତାକୁ ଦଉଡିଲା । ଛକରେ ଛିଡାହୋଇ ବାହାଦୂରୀ ଦେଖାଇ ଫାଇନ୍ ଆଦାୟ କଲା । କାହାଠାରୁ ୪୭ହଜାର ତ ଆଉ କାହାଠାରୁ ୨୫ହଜାର । ରାଜରାସ୍ତାରେ କୋକୁଆ ଭୟ ସୃଷ୍ଟି କରିବା ସହିତ ଗଣମାଧ୍ୟମକୁ ଡାକି ସଫଳତାର କାହାଣୀ ପ୍ରଚାର କଲା । ଲୋକେ କିନ୍ତୁ ମଉକା ଅପେକ୍ଷାରେ ଥିଲେ । ଆଉ ଆଜି ଖୋଦ୍ ରାଜଧାନୀରେ ପୁଲିସ୍କୁ ପାନେ ବି ଦେଲେ ବାହାଦୂରୀ ଦେଖାଇ ପୁଲିସ୍ ଏଭଳି ଦଶା ଭୋଗିଲା ବୋଲି ଆଲୋଚନା ଚାଲିଛି ।
ପୁଲିସ୍ କମିଶନର ଦୁଇ ଦିନ ତଳେ କହିଥିଲେ ନୂଆ ଆଇନ୍ ଲୋକଙ୍କୁ ପ୍ରଥମେ ଟିକେ ଟିକେ କାଟିବ – ପରେ ଲୋକ ସବୁ ବୁଝିଯିବେ । ଏହା କିନ୍ତୁ ଲୋକଙ୍କୁ ବୁଝାଇ ପାରିଲା ନାହିଁ । ରାସ୍ତାଘାଟରେ ହଜାର ହଜାର ଟଙ୍କା ତଣ୍ଡି ଗଣି ସୁଯୋଗ ଅପେକ୍ଷାରେ ଥିଲେ । ଆଜି ରାଜମହଲ ଛକରେ ଖୋଦ୍ ଲୋକେ ସାହସ କରି ପୁଲିସ୍ ବାବୁଙ୍କୁ ତାଙ୍କ ଗାଡିର କାଗଜପତ୍ର ମାଗିଲେ । ଏଥି ସହିତ ଆଉ ଦୁଇ ସରକାରୀ ଗାଡିକୁ ସମାନ ପ୍ରଶ୍ନ କଲେ । ଲୋକଙ୍କ ପ୍ରଶ୍ନରେ ଘାଇଲା ହୋି ପୁଲିସ୍ ବାବୁମାନେ ପ୍ରଥମେ ଛତ୍ରଭଙ୍ଗ ଦେବାପରେ ପରେ ଆସି ଲାଠିମାଡକଲେ ।
ହେଲେ ପୁଲିସ୍ କମିଶନର କିନ୍ତୁ ଆଜି ନରମିଛନ୍ତି । କହିଛନ୍ତି ଆମେ ଲାଇସେନ୍ସ ଓ ପ୍ରଦୂଷଣ ଯାଞ୍ଚ କରୁନାହିଁ । ସର୍ବନିମ୍ନ ୫୦୦ ଟଙ୍କା ଜୋରିମାନା ଆଦାୟ କରୁଛି । ଲୋକଙ୍କୁ ଏବେ ବୁଝାଉଛୁ । ହେଲେ ଏଭଳି ବକ୍ତବ୍ୟ ଯଦି କମିଶନର ପ୍ରଥମ ଦିନରୁ ଦେଇଥାନ୍ତେ ତେବେ ଆଜି ତଳିଆ କର୍ମୀମାନେ ରାଜରାସ୍ତାରେ ଲୋକଙ୍କ ଠାରୁ ଧକିଆ ଖାଇନଥାନ୍ତେ କି ଲୋକେ ବି ସାହସକରି ଖାକି ବାବୁଙ୍କୁ ଗାଡିର କାଗଜପତ୍ର ମାଗିନଥାନ୍ତେ ।ତେବେ ପୁଲିସ୍ କମିଶନର ଆଜି ଏଭଳି ନରମ ମନୋଭାବ ଦେଖାଇବାପରେ ପରିବହନ ବିଭାଗ କର୍ମଚାରୀମାନେ ଚିନ୍ତାରେ ପଡିଯାଇଛନ୍ତି । ପରିବହନ ଅଧିକାରୀଙ୍କ କହିବାକଥା ଯେ ପୁଲିସ୍ ପରୋକ୍ଷରେ ଜଣାଇଦେଲା ଯେ ସିଏ କମ୍ ଫାଇନ୍ ଆଦାୟ କରୁଛି ଓ ଆରଟିଓ ବାବୁମାନେ ମୋଟା ଅର୍ଥ ଆଦାୟ କରୁଛନ୍ତି ।
ଏହାପରେ ଲୋକେ ପୁଲିସ୍କୁ ଛାଡି ପରିବହନ ଅଧିକାରୀଙ୍କୁ ଟାର୍ଗେଟ କରିବେ । ପୁଲିସ୍ର ବାବୁମାନେ ସିନା ଫୋର୍ସ ମଗାଇ ବର୍ତ୍ତିଗଲେ, ହେଲେ ପରିବହନ ଅଧିକାରୀମାନେ ଏବେ କଣ କରିବେ ସେହି ଚିନ୍ତାରେ ଘାରି ହେଉଛନ୍ତି । ତେବେ ସବଠୁ ।ରୁ ବଡ କଥା ହେଲା ଫାଇନ୍ଆଦାୟ ପାଇଁ ପୁଲସି ବାବୁମାନେ ରାତିଦନି ଏକାଠି କରେି ଦଇଥିବାବଳେ ଏହା ପୂର୍ବରୁ ଯଦି ପରିବହନ ବିଭାଗ କିମ୍ବା ନିଜର ବିଭାଗର ବଡ ବାବୁମାନଙ୍କ ସହିତ ଟିକେ ଆଲୋଚନା କରିଥାନ୍ତେ ତେବେ ରାଜମହଲ ଛକରେ ଆଜି ଏଭଳି ଅବସ୍ଥା ଘଟିନଥାନ୍ତା । କିଛି ପୁଲିସ୍ ବାବୁଙ୍କ ବାହାଦୂରୀ କାରବାର ଯୋଗୁଁ ଏଭଳି ଅବସ୍ଥା ଉପୁଜିଲା ଓ ଆଗକୁ ଲୋକେ ଆହୁରି କାଣ୍ଡ ଘଟାଇବେ ବୋଲି ରାଜଧାନୀରେ ଆଲୋଚନା ଚାଲିଛି ।
( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )
