Odia News Portal

ଫାଇନ୍‌ ଗଣିଲେ ଭୁବନେଶ୍ବର ମଧ୍ୟ ବିଧାୟକ

ଭୁବନେଶ୍ୱର : ନୂଆ ଟ୍ରାକ୍‌ ନିୟମକୁ ନେଇ ପୋଲିସ୍‌-ପବ୍ଲିକ୍‌ ମୁହାଁମୁହିଁ ହୋଇଥିବା ବେଳେ ଆଜି ପୋଲିସ୍‌ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ଚକଲେଟ୍‌ ବାଣ୍ଟି ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ଫେରାଇ ଆଣିବା ଲାଗି ଉଦ୍ୟମ ଚାଲିଛି । ହେଲେ ଏହି ଉଦ୍ୟମରେ ସାମିଲ ହୋଇଥିବା ବିଧାୟକ କିନ୍ତୁ ଏହି ନୂଆ ଟ୍ରାଫିକ୍‌ ନିୟମ ଫାଶରେ ପଡ଼ି ଯାଇଛନ୍ତି ।

ଆଜି ଏଜି ଛକ ନିକଟରେ ପ୍ରଥମେ ପୋଲିସ୍‌ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଥିଲା । ପରେ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ଏଥିରେ ସାମିଲ ହୋଇ ଲୋକଙ୍କୁ ସଚେତନ କରିଥିଲେ । ହେଲେ ଏହା ଭିତରେ ସେ ଭୁଲି ଯାଇଥିଲେ ଯେ ତାଙ୍କ ନିଜ କାର୍‌ଟି ନୋ-ପାର୍କିଂ ଅଞ୍ଚଳରେ ରହିଛି ବୋଲି । ତେଣୁ ତାଙ୍କୁ ବି ଛଡ଼ା ଗଲା ନାହିଁ । ଏହି ଭୁଲ ପାଇଁ ତାଙ୍କୁ ୫୦୦ ଟଙ୍କା ଫାଇନ୍‌ ଦେବାକୁ ପଡ଼ିଛି ।