Odia News Portal

ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରାକୁ ବିରୋଧ, ପୁରୀ ସିଂହଦ୍ବାର ଥାନାରେ ଏତଲା

ପୁରୀ : ମହାପ୍ରଭୁଙ୍କ ରଥଯାତ୍ରା ଆଷାଢ଼ ମାସ ଶୁଳ୍କଳ ଦୁତୀୟା ତିଥିରେ ଅନୁଷ୍ଠିତ ହେଉଥିବାବେଳେ। କିନ୍ତୁ ମିଳିଥିବାସୂଚନା ଅନୁସାରେ ଇସ୍କନର ପଞ୍ଜାବ ଲୁଧିଆନାର ମୁଖ୍ୟ ଅମିତ ଗାରଦ ପାଳନ କରିବାକୁ ଯାଉଛନ୍ତି ନଭେମ୍ବର ୨୭ରେ ରଥଯାତ୍ରା। ଏହି ଘଟଣାକୁ ବିରୋଧ କରି ପୁରୀ ଜଗନ୍ନାଥ ସେନା ଓ ସଚେତନ ନାଗରିକ ମଞ୍ଚ ପକ୍ଷୀୟରୁ ସିଂହଦ୍ୱାର ଥାନାରେ ଏତଲା ଦିଅ ଯାଇଛି।

ଜଗନ୍ନାଥ ସେନାର ମୁଖ୍ୟ ପ୍ରିୟଦର୍ଶନ ପଟ୍ଟନାୟକ, ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର ଓ ସଚେତନ ନାଗରିକ ମଞ୍ଚର ସଭାପତି ପ୍ରସନ କୁମାର ଦାସ ଏହି ଘଟଣାକୁ ଦୃଢ ଭାଷାରେ ନିନ୍ଦା କରିଛନ୍ତି ମହାପ୍ରଭୁଙ୍କ ସଂସ୍କୁତି ସୁରକ୍ଷିତ ରହୁ। ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର ସୂଚନା ଦେଇଛନ୍ତି ଯଦି ଆସନ୍ତା ନଭେମ୍ବର ୨୭ ତାରିଖରେ ପଞ୍ଜାବ ଲୁଧିଆନାରେ ଇସ୍କନର ରଥଯାତ୍ରା ବନ୍ଦ ନକରାଗଲେ ଜଗନ୍ନାଥଙ୍କ ଭକ୍ତ ଓ ଓଡିଶା ବସି ଯୋଗଦେବେ ଓ ଆସନ୍ତା  ୧୦ତାରେ ଭୁବନେଶ୍ୱରରେ ପ୍ରଫୁଲ ମିଶ୍ର ଓ ପ୍ରଦିମୁନ ସତପତିଙ୍କ ନେତୃତ୍ୱରେ ଓଡ଼ିଶାର ସଂସ୍କୁତି ମନ୍ତ୍ରୀ ଓ ପୋଲିସ ଡ଼ଜିଙ୍କ ସହିତ ଏହି ସମ୍ପର୍କରେ ଆଲୋଚନା କରିବେବୋଲି ।