ଭୁବନେଶ୍ୱର : କିଛି ଦିନ ରାଜଧାନୀ ଭୁବନେଶ୍ୱରରେ ରୋଡ୍ ରୋମିଓ ସାଜି ସ୍ମାର୍ଟ ଦେଖାଉଥିବା ଯୁବକଙ୍କୁ ଉଚିତ ଶିକ୍ଷା ଦେଇଛନ୍ତି ଯୁବତୀ । ଜଣେ ଯୁବତୀଙ୍କୁ ପିଛା କରିବା ଏବଂ କମେଣ୍ଟ ମାରିବା ଦୁଇ ଜଣ ଯୁବକଙ୍କ ପାଇଁ ଭାରି ପଡ଼ିଛି । ଶେଷରେ ସ୍ଥାନୀୟ ଲୋକ ଓ ଯୁବତୀ ମିଶି ଭଲି କରି ଉତ୍ତର ମଧ୍ୟମ ଦେଇଛନ୍ତି ।
ମିଳିଥିବା ପ୍ରାଥିମିକ ସୂଚନା ମୁତାବକ, ଭୁବନେଶ୍ୱର ରସୁଲଗଡ଼ ଜିଜିପି କଲୋନୀ ଅଂଚଳରେ ଦୁଇ ଜଣ ଯୁବକ ଜଣେ ଯୁବତୀଙ୍କୁ ବାରମ୍ବାର ପିଛା କରୁଥିଲେ । ଏହା ସହିତ ତାଙ୍କ ଅଶ୍ଳୀଳ କମେଣ୍ଟ ମଧ୍ୟ ମାରୁଥିଲେ । କିନ୍ତୁ ଯୁବତୀ ଜଣକ ମଉକା ଦେଖି ଜିଜିପି କଲୋନୀ ଭିତରେ ସ୍ଥାନୀୟ ଲୋକଙ୍କୁ ଦେଖି ଯୁବକଙ୍କୁ ମାରିଥିଲେ । ଏହା ପରେ ସ୍ଥାନୀୟ ଲୋକମଧ୍ୟ ସାଥ୍ ଦେଇଥିଲେ । ଏହା ପରେ ଯୁବତୀ ଜଣକ ଆହୁରି ସଂପୃକ୍ତ ଯୁବକଙ୍କୁ ମାରି ଥିଲେ । ଏହା ସହିତ ଦୁଇ ଯୁବକଙ୍କ ଫଟୋ ସୋସିଆଲ୍ ମିଡ଼ିଆରେ ଅପଲୋଡ଼୍ କରିଛନ୍ତି ।
