Odia News Portal

ଦୁର୍ଦ୍ଦାନ୍ତ ଅପରାଧୀ ବିଶ୍ୱ ରଞ୍ଜନ ସାହୁ ଓ ଟିକି ଖାଁ ଗୁରୁତର

ପୁରୀ : ପୁରୀ ପୋଲିସର ଡବଲ୍‌ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଦୁଇ ଅପରାଧୀ ହେଲେ ବିଶ୍ବରଞ୍ଜନ ସାହୁ ଓ ଟିକି ଖାନ୍‌ । ସୂଚନାଯୋଗ୍ୟ ଯେ, ପୁରୀ ବାଶେଳୀସାହି ଥାନା ଅଞ୍ଚଳରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପ୍ରଥମେ ଅପରାଧୀଙ୍କ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ପରେ ପାଲଟା ଗୁଳି ଚାଳନା କରିଥିଲା ପୋଲିସ ।

ଉଭୟଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଦୀର୍ଘଦିନ ହେଲା ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିଲେ । ବିଳମ୍ବିତ ରାତିରେ ଖବର ପାଇ ଚଢାଉ କରିବା ସମୟରେ ଗୁଳି ବିନିମୟ ହୋଇଥିଲା ।