Odia News Portal

ଅକାଳରେ ଚାଲିଗଲା ୨ ନାବାଳଙ୍କ ଜୀବନ

ଭଦ୍ରକ : ଦୁର୍ଘଟଣାରେ ଅକାଳରେ ଚାଲିଗଲା ୨ ନାବାଳଙ୍କ ଜୀବନ। ଭଦ୍ରକ ୧୬ନମ୍ବର ଜାତୀୟ ରାଜପଥରେ ସାଇକେଲକୁ ଧକ୍କା ଦେଇ କାର୍‌ ଚାଳକ ଫେରାର। ମୃତକଙ୍କ ମଧ୍ୟରେ ଜଣେ ହେଉଛନ୍ତି ଭଦ୍ରକ ଶିଶୁ ମନ୍ଦିରର ଛାତ୍ର ସୁମିତ ସାହୁ। ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ।

ଆଜି ସକାଳେ ନାବାଳକ ଦୁଇ ଜଣ ସାଇକେଲରେ ଯାଉଥିବାବେଳେ ଏକ କାର୍‌ ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଉତ୍ତେଜେନା ଦେଖାଦେବା ସହ ଉତ୍ୟକ୍ତ ଲୋକେ ୧୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।

ଫଳରେ ରାସ୍ତାରେ ଶହ ଶହ ଗାଡି ମୋଟର ଅଟକି ରହିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥଲା। ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।