Odia News Portal

ପାକ ମାନିଲା କଶ୍ମୀର ଭାରତର

୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରକୁ ନିଜର ବୋଲି ଦାବି କରୁଥିବା ପାକିସ୍ତାନ ଏବେ ଏହା ଭାରତ ବୋଲି ସ୍ୱୀକାର କରିଛି।ଆଜି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହେମ୍ମୁଦ କୁରେଶୀ କଶ୍ମୀର ଭାରତର ଏକ ରାଜ୍ୟ ବୋଲି କହିଛନ୍ତି। ଆଜି ଗଣାମଧ୍ୟମର ପ୍ରତିନିଧିମାନେ ତାଙ୍କୁ କଶ୍ମୀର ପ୍ରସଙ୍ଗରେ ପଚାରିଥିଲେ।

ସେ କହିଥିଲେ “ଭାରତ ସରକାର ମିଥ୍ୟା ପ୍ରଚାର କରି ବିଶ୍ୱ ଦରବାରରେ ନିଜର ଭାବମୂର୍ତ୍ତିକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି। ଜମ୍ମୁ-କଶ୍ମୀରରେ ସ୍ଥିତି ଆଦୌ ସ୍ୱାଭାବିକ ହୋଇନାହିଁ। ଏଠାରେ କଟକଣା ଲାଗୁ କରାଯାଇ ଲୋକଙ୍କ ମାନବାଧିକାରକୁ ଉଲ୍ଲଙ୍ଘନ କରାଯାଉଛି।

ଭାରତ ସରକାର କଶ୍ମୀରକୁ ନେଇ ମିଛ କହୁଛନ୍ତି। ଥରେ ସେଠାରୁ କର୍ଫ୍ୟୁ ହଟିଯାଉ, ଏହାପରେ ପ୍ରକୃତ ସତ କ’ଣ ସବୁ ସାମ୍ନାକୁ ଚାଲି ଆସିବ। କଶ୍ମୀରରେ କେମିତି ଅତ୍ୟାଚାର ହେଉଛି, ସେକଥା ପୂରା ବିଶ୍ୱ ଜାଣିବ।”