Odia News Portal

ଟ୍ରାଫିକ୍‌ ସଚେତନତା ଅଭିଯାନ : ଲାଠି, ଚକଲେଟ୍‌ ପରେ ହେଲମେଟ

ଭୁବନେଶ୍ୱର : ୩ ମାସର ମହଲତ ପରେ ଆରମ୍ଭ ହୋଇଛି ଟ୍ରାଫିକ୍‌ ସଚେତନ ଅଭିଯାନ । କଟକରେ ଗୋଲାପ ଓ ଚକୋଲେଟ୍‌, ଭୁବନେଶ୍ୱରରେ ହେଲମେଟ୍‌ ଦେଇ ସଚେତନା କରଯାଇଛି । ଆଜି କମିଶନରେଟ ପୋଲିସ ପକ୍ଷରୁ ଟୁଇନସିଟିରେ ଲୋକଙ୍କୁ ଏଭଳି ଅଭିନବ ଉପାୟରେ ଟ୍ରାଫିକ ନିୟମ ବୁଝାଯାଇଛି ।

ଲାଠି, ଚକଲେଟ୍‌ ପରେ ହେଲମେଟ । ଯେଉଁ ଚାଳକ ହେଲ୍‌ମେଟ୍‌ ପିନ୍ଧି ନାହାନ୍ତି, ସେମାନଙ୍କ ଠାରୁ ୫ ଶହ ଟଙ୍କା ଫାଇନ୍‌ ଆଦାୟ କରାଯାଉଛି । ଏଥି ସହ ମାଗଣାରେ ହେଲ୍‌ମେଟ୍‌ ଦିଆଯାଉଛି । ବିନା ହେଲ୍‌ମେଟ୍‌ ଗାଡି ଚାଳକଙ୍କୁ ଡ୍ରୋନ୍‌ କ୍ୟାମେରା ସାହାଯ୍ୟରେ ଧରୁଛି ପୋଲିସ । କମିଶନରେଟ ପୋଲିସର ଏଭଳି ଅଭିନବ ସଚେତନତା କାର୍ଯ୍ୟକ୍ରମକୁ  ରାଜଧାନୀବାସୀ ପ୍ରସଂଶା କରିଛନ୍ତି ।

ସିଲଭର ସିଟି କଟକରେ ବି ଟ୍ରାଫିକ୍‌ ସଚେତନା କାଯ୍ୟର୍କ୍ରମ । ବିଭିନ୍ନ ଟ୍ରାଫିକ୍‌ ଛକରେ ସିନେ ଅଭିନେତା ଓ ଅଭିନେତ୍ରୀ ଲୋକଙ୍କୁ ସଚେତନା କରାଉଛନ୍ତି । ଟ୍ରାଫିକ୍‌ ନିୟମ ମାନୁଥିବା ଲୋକଙ୍କୁ ଗୋଲାପ ଓ ଚକୋଲେଟ୍‌ ଦିଆଯାଉଛି ।

ସଂଶୋଧିତ ଟ୍ରାଫିକ୍‌ ନିୟମକୁ ୩ ମାସ ପାଇଁ କୋହଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟ ଭିତରେ ଗାଡି ସମ୍ବନ୍ଧୀୟ କାଗଜପତ୍ର ଜାଞ୍ଚ ହେବ ନାହିଁ । ତେବେ ହେଲମେଟ୍‌ କିମ୍ବା ସିଟ୍‌ ବେଲ୍ଟ ପିନ୍ଧି ନଥିଲେ, ବାଇକରେ ତିନି ଜଣ ଯାଉଥିଲେ, ମଦ ପିଇ ଗାଡ଼ି ଚାଳନା, ମୋବାଇଲରେ କଥା ହୋଇ ଗାଡ଼ି ଚଳାଇବା, ରାସ୍ତାର ଭୁଲ୍‌ ଦିଗରେ ଗଲେ ଜରିମାନା ଆଦାୟ କରୁଛି କମିସନରେଟ ପୋଲିସ ।