Odia News Portal

ଆଜିଠୁ ତିନି ଦିନ ଧରି ନିସ୍ତାର ନାହିଁ, ୧୨ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର : ଆଜିଠୁ ତିନି ଦିନ ଧରି ନିସ୍ତାର ନାହିଁ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୧୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବିଶେଷକରି ଉତ୍ତର, ପଶ୍ଚିମ ଓ ଦକ୍ଷିଁ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିପାଇଁ ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ। ଗତ ୨୪ଘଣ୍ଟା ମଧ୍ୟରେ ଚାନ୍ଦବାଲି ଓ ସମ୍ବଲପୁରରେ ୯ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗତକାଲିଠୁ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଫଳରେ ବିଭିନ୍ନ ନଦୀ ଜଳସ୍ତର ବଢିବାରେ ଲାଗିଛି।