ବ୍ୟକ୍ତିଙ୍କ ପରିବାରର ସେହି ସବୁ ସଦସ୍ୟମାନେ ଯେଉଁମାନଙ୍କର ପରଲୋକ ହୋଇସାରିଥାଏ ତାଙ୍କୁ ପିତର କୁହାଯାଏ । ଏଥିରେ ବୃଦ୍ଧ, ବୃଦ୍ଧା, ମହିଳା, ପୁରୁଷ ଓ ଦିବଙ୍ଗତ ଶିଶୁଙ୍କୁ ଶ୍ରାଦ୍ଧ ଦିଆଯାଏ । ହିନ୍ଦୁ ଧାର୍ମିକ ମାନ୍ୟତା ଅନୁସାରେ ଯେଉଁ ସନ୍ତାନମାନେ ସେମାନଙ୍କ ପିତରଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ତର୍ପଣ ଓ ଦାନ ଆଦି କରନ୍ତି ସେମାନେ ଅଖଣ୍ଡ ଶାନ୍ତିର ଅଧିକାରୀ ହୋଇଥାନ୍ତି । କେବଳ ସେତିକି ନୁହେଁ ସେମାନଙ୍କ ସନ୍ତୋଷରେ ଆମର ହୋଇ ପାରୁନଥିବା କାମ ବି ସହଜରେ ହୋଇଯାଏ । ସୁକ୍ଷ୍ମ ଶରୀରରେ ରହି ସେମାନେ ଆମର ସହାୟତା କରନ୍ତି । ଏଣୁ କୁହାଯାଏ ପିତୃପକ୍ଷରେ ପିଣ୍ଡଦାନ ସହ ସେମାନଙ୍କ ସନ୍ତୋଷ ନିମନ୍ତେ ଶ୍ରାଦ୍ଧ ଓ ତର୍ପଣ କରିବା ଉଚିତ । ଏହା ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ରହିଛି ।
