Odia News Portal

ଅଶୋକ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗିର : ଭିଜିଲାନ୍ସ ଜାଲରେ ସମବାୟ ବ୍ୟାଙ୍କର ଭାରପ୍ରାପ୍ତ ସମ୍ପାଦକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ସମବାୟ ବ୍ୟାଙ୍କର ଭାରପ୍ରାପ୍ତ ସମ୍ପାଦକ ଅଶୋକ ମହାପାତ୍ରଙ୍କ ଘରେ ଚଢ଼ାଉ କରାଯାଇଛି।

RTO ଛକ ନିକଟରେ ଥିବା ଘର ସମେତ ମାଲପଡାରେ ପୈତୃକ ଘର, ବ୍ୟାଙ୍କ କାର୍ଯ୍ୟାଳୟ ଓ ଭବାନୀପାଟଣାରେ ଚଢ଼ାଉ ଜାରି ରହିଛି। ତାଙ୍କ ଘରୁ ନଗଦ ଟଙ୍କା ସହ ସୁନା ଅଳଙ୍କାର ଠାବ କରିଛି ଭିଜିଲାନ୍ସ ବିଭାଗ । ଚଢାଉ ଜାରି ରହିଥିବାରୁ ସଠିକ୍‌ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇପାରିନାହିଁ।