Odia News Portal

ଜୋର ଜବରଦସ୍ତି ଚାନ୍ଦା ଆଦାୟ ପଡିଲା ମହଙ୍ଗା

ଜଳେଶ୍ୱର : ଲୋକ ନକଲି, କାମ ଅସଲି। ଏମ୍‌ଭିଆଇ ପରିଚୟ ଦେଇ ଜୋର ଜବରଦସ୍ତି ଚାନ୍ଦା ଆଦାୟ କରୁଥିଲେ। ଧରାପଡ଼ିଲେ ୫ ନକଲି ଏମ୍‌ଭିଆଇ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରୁ ୫ ଜଣଙ୍କୁ ଅଟକ ରଖିଛି ପୋଲିସ। ଅଭିଯୋଗ ହୋଇଛି, ଲକ୍ଷ୍ମଣନାଥ ତନଖି ଫାଟଲ ନିକଟରେ ଏକ ପର୍ଯ୍ୟଟକ ବସ୍‌କୁ ଅଟକାଇଥିଲେ ୫ ଜଣ। ନିକଜକୁ ଏମ୍‌ଭିଆଇ ପରିଚୟ ଦେଇ ଗାଡ଼ିର କାଗଜପତ୍ର ଯାଞ୍ଚ କରିଥିଲେ।

ବସ୍‌ର ଡ୍ରାଇଭର ଓ ମହିଳା ପର୍ଯ୍ୟଟକଙ୍କୁ ଆକ୍ରମଣ କରି ଟଙ୍କା ଓ ସୁନା ଗହଣା ଲୁଟିଥିବା ଅଭିଯୋଗ ହୋଇଛି। ସେମାନଙ୍କ ଆକ୍ରମଣରେ ପର୍ଯ୍ୟଟକ ଆହତ ବି ହୋଇଛନ୍ତି। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପର୍ଯ୍ୟଟକମାନେ ୬୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ପୋଲିସ ପହଞ୍ଚି ୫ ଜଣଙ୍କୁ ଅଟକ ରଖିଛି।