Odia News Portal

ଗୁଳିମାଡରେ ଯୁବକ ମୃତ

କେନ୍ଦ୍ରାପଡ଼ା : କିଛିଦିନର ନିରବତା ପରେ ପୁଣି କେନ୍ଦ୍ରାପଡ଼ାରେ ଗୁଳି ଫୁଟିଛି । ଦିନଦ୍ୱିହରରେ ବିଚ ରାସ୍ତାରେ ଦୁର୍ବୃତମାନେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଛନ୍ତି । ଗୁଳି ମାଡରେ ଔଷଧ ବ୍ୟବସାୟୀ ଗଗନ ସାହୁଙ୍କର ମୃତ୍ୟୁ ଘଟିଛି । ପୁଲିସ ଶବ ଜବତ କରିବା ସହ ଘଟଣାର ଛାନିଭିନ ଆରମ୍ଭ କରିଛି ।

ସୂଚନା ଅନୁସାରେ, ବୁଧବାର ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ମଣିଗୁଣ୍ଡା ଗାଁର ଔଷଧ ବ୍ୟବସାୟୀ ଗଗନ ସାହୁ କୌଣସି କାମରେ କେନ୍ଦ୍ରାପଡା ଆସୁଥିଲେ । ଏହି ସମୟରେ ଦୁଇଜଣ ଯୁବକ ବାଇକରେ ଆସି ଅତର୍କିତ ଭାବେ ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ଗୁଳିମାଡରେ ଗଗନ ଗୁରୁତର ଆହତ ହୋଇ ତଳେ ପଡ଼ିଯିବା ପରେ ଦୁର୍ବୃତମାନେ ଜାତୀୟ ରାଜପଥ ଦେଇ ଚମ୍ପଟ ମାରିଥିଲେ ।

ଗୁରୁତର ଅବସ୍ଥାରେ ପୁଲିସ ଆହତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ କିଏ ଓ କାହିଁକି ଏଭଳି ହତ୍ୟାକାଣ୍ଡ ଘଟାଇଲା, ତାହାକୁ ନେଇ ପୁଲିସ ଖୋଳତାଡ କରୁଛି । ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ବିବାଦ କିମ୍ବା ଦାଦାବଟି ବିବାଦ ଥିବା ସନ୍ଦେହ କରାଯାଉଛି ।