Odia News Portal

ମୋଦିଙ୍କ ପ୍ରିୟ ଫିଲ୍ମ ଜାଣନ୍ତୁ …

ନୂଆଦିଲ୍ଲୀ() ଦେଶର ପ୍ରଧାନମନ୍ତ୍ରୀଙ୍କ ସଂପର୍କରେ ଏମିତି କିଛି କଥା ଅଛି ଯାହା ହୁଏତ ଆପଣ ଜାଣି ନଥିବେ। ବଲିଉଡ୍ର ଏକ ଫିଲ୍ମରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରେରଣା ମିଳିଥିଲା।

ଏକ ସାକ୍ଷାତାକାରରେ ମୋଦି କହିଥିଲେ, ଆରକେ ନାରାୟଣଙ୍କ ଉପନ୍ୟାସ ଉପରେ ଆଧାରିତ ଫିଲ୍ମ ଗାଇଡ୍ ଦେଖିବା ଲାଗି ତାଙ୍କର ଜଣେ ଅଧ୍ୟାପକ ବନ୍ଧୁଙ୍କ ସହ ସେ ଯାଇଥିଲେ। ମୋଦିଙ୍କ ଉପରେ ଗାଇଡ୍ ଫିଲ୍ମ ଏକ ଛାପ ଛାଡ଼ି ଯାଇଥିବା କଥା ମୋଦି କହିଥିଲେ। ଲୋକମାନଙ୍କ ସମସ୍ୟାକୁ ନେଇ ଫିଲ୍ମଟି ନିର୍ମାଣ ହୋଇଥିଲା। ଗାଇଡ୍ ଫିଲ୍ମ ଦେଖି ସେ ଗୁଜୁରାଟରେ ଚାଷୀଙ୍କ ପାଇଁ ଜଳ ସେଚନର ସୁବିଧା କରିଥିଲେ।

ମୋଦି ଆହୁରି କହିଥିଲେ ଯେ,ଫିଲ୍ମ ଦେଖିବାଲାଗି ସେ ଅଧିକ ପସନ୍ଦ କରନ୍ତି ନାହିଁ। କିନ୍ତୁ ଯୁବାବସ୍ଥାରେ ନିଜ ସାଙ୍ଗମାନଙ୍କ ସହ ଫିଲ୍ମ ଦେଖିବା ପାଇଁ ଯାଆନ୍ତି। ଫିଲ୍ମ ଦେଖି ମନୋରଞ୍ଜନ କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା । ଜୀବନ ସହ ଜଡିତ କିଛି କଥା ସେହି ଫିଲ୍ମରୁ ଶିଖିବା ପାଇଁ ମିଳିଥିଲା ବୋଲି ମୋଦି କହିଥିଲେ।