Odia News Portal

ଏଣିକି କୁକୁର ପାଳିବା ପାଇଁ ବି ଦରକାର ଲାଇସେନ୍ସ

ଅଧିକାଂଶ ଘରେ ସାଧାରଣତଃ କୁକୁରଙ୍କୁ ପୋଷା କରି ରଖାଯାଏ। ହେଲେ ଏବେ କୁକୁର ପାଳିବା ପାଇଁ ମଧ୍ୟ ଲାଇସେନ୍ସ ଦରକାର ହେବ। ଉତ୍ତରପ୍ରଦେଶ ଗାଜିୟାବାଦ ନଗର ନିଗମ ଏହା ଘୋଷଣା କରିଛି। ସେଠାର ଲୋକଙ୍କୁ ଏବେ କୁକୁର ପାଳିବା ପାଇଁ ନଗର ନିଗମକୁ ଫିସ୍ ଦେଇ ଲାଇସେନ୍ସ କରିବାକୁ ହେବ। କୁକୁର ପାଳିବା ପାଇଁ ଗାଜିୟାବାଦର ଲୋକଙ୍କୁ ୫୦୦୦ଟଙ୍କା ନଗର ନିଗମରେ ଜମା କରିବାକୁ ହେବ। ତାପରେନିଗମ ଲାଇସେନ୍ସ ପ୍ରଦାନ କରିବ।

ଏହି ଲାଇସେନ୍ସ ଥିଲେ ହିଁ ସେଠାର ଲୋକେ ନିଜ ଘରେ କୁକୁର ପାଳିପାରିବେ। କେବଳ ସେତିକି ନୁହେଁ ଲାଇସେନ୍ସ ନେବା ପରେ ଯଦି କୁକୁର ରାସ୍ତା ବା ପାର୍କକୁ ଅପରିସ୍କାର କରିବାରେ ଧରା ପଡେ ତାହେଲେ ତାଙ୍କ ମାଲିକଙ୍କୁ ୫୦୦ ଟଙ୍କା ଜରିମନା ଭରିବାକୁ ପଡିବ।