Odia News Portal

ଅବକାରୀ ଏସ୍ଆଇ ସୂର୍ଯ୍ୟ ନାରାୟଣ ରଥଙ୍କ ବିରୋଧରେ ଅଭିଯୋଗ

ସୁନ୍ଦରଗଡ଼ : ରାଉରକେଲା ଅବକାରୀ ଏସ୍ଆଇଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ହୋଇଛି  । ଅବକାରୀ ଏସ୍ଆଇ ସୂର୍ଯ୍ୟ ନାରାୟଣ ରଥଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି । ଏନେଇ ରାଉରକେଲା ମହିଳା ଥାନାରେ ଲିଖିତ  ଅଭିଯୋଗ କରିଛନ୍ତି ଅବକାରୀ କାର୍ଯ୍ୟାଳୟର ଜଣେ ମହିଳା କନେଷ୍ଟବଳ ।

ଗତ ୫ ମାସ ହେଲା ଅସଦାଚରଣର ଶିକାର ହେଉଥିଲେ  ସେ ଏବଂ ଏନେଇ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିବା ଅଭିଯୋଗକାରୀ ମହିଳା କହିଛନ୍ତି ।