ମୁମ୍ବାଇ() ବିଗ ବସ ୧୩ରେ ନଜର ଆସିବେ ଚର୍ଚ୍ଚିତ ଅଭିନେତ୍ରୀ ଅମୀଷା ପଟେଲ। ଅମୀଷାଙ୍କ ଏଣ୍ଟ୍ରି ଶୋ’କୁ ସୁପରହିଟ୍ କରିଦେବ ବୋଲି ମତ ଆସୁଛି। ସୁପରହିଟ୍ ‘କହୋନା ପ୍ୟାର ହେ’ରୁ ନିଜ ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିବା ଅମୀଷା ‘ଗଦର୍’, ‘ହମ୍ ରାଜ୍’ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣି ନେଇଥିଲେ।
କିନ୍ତୁ ଅମୀଷା କେବଳ ଗୋଟିଏ ଦିନ ବିଗ୍ ବସ୍ଙ୍କ ଘରେ ରହିବେ। ତେବେ ଏହି ଗୋଟିଏ ଦିନରେ ବିଗ୍ ବସ୍ଙ୍କ ଘରେ ରହୁଥିବା ସେଲିବ୍ରିଟି ପ୍ରତିଯୋଗୀ କେମିତି ତାଙ୍କ ମାଲିକାଣୀଙ୍କ ସେବା କରୁଛନ୍ତି ତାହା ହେବ ଶୋ ର ଏକ୍ସ ଫ୍ୟାକ୍ଟର।