Odia News Portal

ଜାତିସଂଘର ୭୪ତମ ଅଧିବେଶନକୁ ମୋଦିଙ୍କ ସମ୍ବୋଧନ

ନ୍ୟୁୟର୍କ()  ଜାତିସଂଘର ୭୪ ତମ ଅଧିବେଶନକୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏଥିରେ ଭାରତ ସରକାର ଚଳାଇଥିବା ବିଭିନ୍ନ ବିକାଶ ମୂଳକ କାର୍ୟ୍ୟକ୍ରମ ନେଇ ସୂଚିତ କରିଛନ୍ତି। ଯେଉଁଥିରେ ସରକାର ମାତ୍ର ୫ ବର୍ଷରେ ବିଶ୍ୱର ସର୍ବ ବୃହତ୍ତ ସ୍ୱଚ୍ଛତା ଅଭିଯାନକୁ ସଫଳତା ପୂର୍ବକ ସମ୍ପନ୍ନ କରିଥିବା କହିଛନ୍ତି। କେବଳ ସେତିକି ନୁହେଁ ଭାରତର ବିସ୍ତୃତ ଜନ ସଂଖ୍ୟାକୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ବିଶ୍ୱର ସର୍ବ ବୃହତ୍ତ ସ୍ୱାସ୍ଥ୍ୟ ସେବା ଯୋଜନାକୁ କାର୍ୟ୍ୟାନ୍ୱୟନ କରିଛି। ଏହା ଛଡା ସରକାର ନିକଟରେ ବିଶ୍ୱର ବିତ୍ତିୟ ସମାବେଶନର ସମାପ୍ତ କରିଛି ବୋଲି କହିଛନ୍ତି। ତେବେ ଭାରତ କିଭଳି ଏତେ ସବୁ ବିକାଶମୂଳକ କାର୍ୟ୍ୟକ୍ରମ ହାତକୁ ନେଇ ପାରିଲା ସେ ନେଇ ସାଧାରଣ ଅଧିବେଶନରେ ବିଶ୍ୱକୁ ମନ୍ତ୍ର ଦେଇଛନ୍ତି।

ଅଭିଭାଷଣ ଆରମ୍ଭରେ ପ୍ରଧାନମନ୍ତ୍ରୀ ୧୩୦ କୋଟି ଭାରତୀୟଙ୍କ ପକ୍ଷରୁ ଜାତିସଂଘକୁ ସମ୍ବୋଧିତ କରିବାରେ ମୁଁ ଗର୍ବିତ ଅନୁଭବ କରୁଥିବା କହିଥିଲେ। ଏହା ସହ ଚଳିତବର୍ଷ ବିଶ୍ୱରେ ହୋଇଥିବା ସର୍ବ ବୃହତ୍ତ ଗଣତନ୍ତ୍ରର ସାଧାରଣ ନିର୍ବାଚନ ନେଇ ଜାତିସଂଘକୁ ସୂଚିତ କରିଥିଲେ।

ପରିବେଶ ନେଇ ପ୍ରଧାନମନ୍ତ୍ରୀ ଜାତିସଂଘକୁ ସମ୍ବୋଧିତ କରି ଜାତିସଂଘ ସଦନ କାର୍ୟ୍ୟାଳୟରେ ଲେଖାଯାଇଥିବା ନୋ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ସମ୍ପର୍କେ ସୂଚନା ଦେଇଥିଲେ। ତେବେ ଏ ନେଇ ଭାରତ ଅନେକ ପୂର୍ବରୁ ଅଭିଯାନ ଆରମ୍ଭ କରିଥିଲା ବୋଲି ମୋଦି ସୂଚିତ କରିବା ସହ ବିଶ୍ୱ ପରିବେଶ ନେଇ ସମସ୍ତଙ୍କୁ ଏକଜୁଟ୍ ଭାବେ କାର୍ୟ୍ୟ କରିବାକୁ ଆହ୍ୱାନ ଦେଇଥିଲେ।

ଆତଙ୍କବାଦ ସମ୍ପର୍କରେ ପ୍ରଧାନମନ୍ତ୍ରୀ କୌଣସି ଦେଶର ନାମ ନନେଇ ଆତଙ୍କବାଦ ଏବେ କୌଣସି ଗୋଟିଏ ଦେଶର ସମସ୍ୟା ନୁହେଁ ମାନବତା ଲାଗି ସବୁଠାର ବଡ ଅହ୍ୱାନ ବୋଲି କହିଥିଲେ।