Odia News Portal

ଅଘୋରୀ ରୂପରେ ଏହି ଅଭିନେତା,ଦେଖନ୍ତୁୁ ଭିଡିଓ

ମୁମ୍ବାଇ() ଲାଲ କପ୍ତାନରେ ଅଭିନେତା ସୈଫ ଅଲୀ ଖାନ ପରଦାରେ ଅଘୋରୀ ଲୁକରେ ଦର୍ଶକଙ୍କୁ ଡରାଇବାକୁ ଆସୁଛନ୍ତି। ଫିଲ୍ମର ୨ଟି ଟ୍ରେଲର ରିଲିଜ୍ ହେବା ପରେ ଆଜି ଲାଲ କପ୍ତାନର ତୃତୀୟ ଟ୍ରେଲର ରିଲିଜ୍ ହୋଇଛି। ଫିଲ୍ମରେ ସୈଫଙ୍କ ନାମ ନାଗା ସାଧୁ ରହିଛି। ଏହାର ଟ୍ରେଲରକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି।
ପ୍ରଥମ ଟ୍ରେଲରର ନାମ ଥିଲା ଚାପ୍ଟର ୱାନ ଦ ହଣ୍ଟ। ଏହାପରେ ଦ୍ଵିତୀୟ ଟ୍ରେଲରର ନାମ ଚାପ୍ଟର ଟୁ ଦ ଚେଞ୍ଜ୍। ସେହି ସମୟରେ ଏହାର ତୃତୀୟ ଟ୍ରେଲର ନାମ ଚାପ୍ଟର ଥ୍ରୀ ଦ ରିଭେଞ୍ଜ୍ ରଖାଯାଇଛି। ଅକ୍ଟୋବର ୧୮ରେ ଲାଲ କପ୍ତାନ ରିଲିଜ ହେବାକୁ ଯାଉଛି।