କେନ୍ଦ୍ରାପଡା : କେନ୍ଦ୍ରପଡାରେ ଡବଲ୍ ଏନ୍କାଉଣ୍ଟର । ସ୍ପେଶାଲ ସ୍କ୍ବାର୍ଡ ପକ୍ଷରୁ ଏନ୍କାଉଣ୍ଟର କରାଯାଇଛି । ପୋଲିସ ଗୁଳିରେ ଦୁଇ ଅପରାଧୀ ଅନନ୍ତ ପ୍ରସାଦ ଜେନା ଓ ପ୍ରଭାତ ନାୟକ ଆହତ ହୋଇଛନ୍ତି । ଉଭୟଙ୍କୁ ଆହତ ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନନ୍ତର ଦୁଇ ଗୋଡ଼ରେ ଗୁଳି ବାଜିଥିବା ବେଳେ ପ୍ରଭାତର ଡାହାଣ ଗୋଡ଼ରେ ଗୋଟିଏ ଗୁଳି ବାଜିଛି ।
ଆହତ ଅନନ୍ତ ଗତ ସେପ୍ଟେମ୍ବର ୧୮ ତାରିଖରେ ହାତିଆଠାରେ ହୋଇଥିବା ଗଗନ ସାହୁ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଥିବା କୁହାଯାଉଥିବା ବେଳେ ପ୍ରଭାତର ମଧ୍ୟ ଏହି ଗୁଳିକାଣ୍ଡରେ ସମ୍ପୃକ୍ତି ରହିଛି । ଅନ୍ୟପକ୍ଷରେ ଅଗଷ୍ଟ ୧୪ ତାରିଖରେ କଳପଡା ବ୍ୟବସାୟୀ ଗୁଳିକାଣ୍ଡରେ ମଧ୍ୟ ଉଭୟଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି ।
