Odia News Portal

୩ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ

କଟକ : ପୁଣି କମିଶନରେଟ ପୋଲିସ ହାତରେ ଧରାପଡିଲେ ହାର୍ଡକୋର ଲୁଟେରା । ଚୌଦ୍ୱାର ଅଞ୍ଚଳ ରୁ ଗିରଫ ହେଲେ ୩ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ । ଲକ୍ଷାଧିକ ଟଙ୍କା ଓ ଦରକାରୀ କାଗଜପତ୍ର ଲୁଟ ମାମଲା ରେ ଏହି ୩ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ । ଏମାନଙ୍କ ମଧ୍ୟରୁ ଜନ୍ମେଜେୟ ବିଶ୍ୱାଳ ଓ ନିତେଶ କୁମାର କଟକ ବାସୀନ୍ଧା ହୋଇଥିଲା ବେଳେ ସାଗର ମଲିକ ଜଗତସିଂହପୁର ଜିଲ୍ଲା ର ବୋଲି ଜଣାପଡଡିଛି ।

ସୂଚନା ଅନୁସାରେ ମେ ମାସ ରେ ଚୌଦ୍ୱାର ଅଞ୍ଚଳ ରେ ଏକ ବଡ଼ ଧରଣ ର ଚୋରୀ ମାମଲା ସମ୍ନା କୁ ଆସିଥିଲା । ଯେଉଁଥିରେ ଏକ ମହିଳା କୁ ଟାର୍ଗେଟ କରି ଲକ୍ଷାଧିକ ଟଙ୍କା ଓ ଦରକାରୀ କାଗଜପତ୍ର ଲୁଟି ଥିଲେ ଏହି ଗ୍ୟାଙ୍ଗ । ତେବେ ଅନେକ ଦିନ ପରେ ପୋଲିସ ହାତରେ ଏହି ଗ୍ୟାଙ୍ଗ ।

ଗିରଫ କରିବା ସମୟରେ ଲୁଟେରା ମାନଙ୍କ ପାଖରୁ ଗୋଟିଏ କାର, ନାଲି ରଙ୍ଗର ପଲସର ବାଇକ, ୩ ଦାମୀ ମୋବାଇଲ ଓ ୫ ହଜାର ରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିଛି କମିଶନରେଟ ପୋଲିସ । ତେବେ ଏହି ୩ ଜଣଙ୍କ ନାଁ ର କଟକ ସମେତ ନିକଟବର୍ତୀ ଜିଲା ମାନଙ୍କ ରେ ଅନେକ ମାମଲା ରହିଛି ।